www.samajalive.in
Saturday, December 6, 2025
14.1 C
Bhubaneswar

ସର୍ବସାଧାରଣରେ ଛେପ ପକାଇ ହଟହଟା ବାଇକ୍‍ ଆରୋହୀ: ନିଜ ହାତରେ କଲେ ସଫା, ଦେଖନ୍ତୁ ଭିଡିଓ

ଚଣ୍ଡିଗଡ଼: ସର୍ବସାଧାରଣ ସ୍ଥାନରେ ଛେପ ପକାଉଥିଲେ ସାବଧାନ ହୋଇଯାଆନ୍ତୁ। କାରଣ ଏପରି କରିବା ଜଣେ ବ୍ୟକ୍ତିଙ୍କୁ ଭାରି ପଡ଼ିଛି। ନିଜ ହାତରେ ବ୍ୟକ୍ତିଜଣକ ରାସ୍ତାରେ ପକାଇଥିବା ଛେପକୁ ସଫା କରିଛନ୍ତି। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, ଚଣ୍ଡିଗଡ଼ର ଟ୍ରିବ୍ୟୁନ୍‍ ଛକ ନିକଟସ୍ଥ ଦକ୍ଷିଣ ମାର୍ଗରେ କାର୍ଯ୍ୟରତ ଥିବା ଜଣେ ଟ୍ରାଫିକ୍‍ ପୁଲିସ ଜଣେ ବାଇକ୍‍ ଆରୋହୀଙ୍କ ହାତରେ ରାସ୍ତା ସଫା କରାଇଛନ୍ତି। କାରଣ ବ୍ୟକ୍ତିଜଣକ ରାସ୍ତାରେ ଯାଉଥିବାବେଳେ ରାସ୍ତା ଉପରେ ଛେପ ପକାଇ ଦେଇଥିଲେ। ବଳଦେବ ସିଂହ ନାମକ ଏହି ଟ୍ରାଫିକ୍‍ ପୁଲିସ ବାଇକ୍‍ ଆରୋହୀଙ୍କୁ ଛକଠାରୁ ପ୍ରାୟ ୧୦୦ ମିଟର ପୂର୍ବରୁ ଛେପ ପକାଉଥିବା ଦେଖିଥିଲେ। ଏହାପରେ ବାଇକ ଆରୋହୀଙ୍କୁ ଅଟକାଇ ଛେପ ପକାଇଥିବା ସ୍ଥାନକୁ ସଫା କରିବାକୁ କହିଥିଲେ। କୌଣସି ଉପାୟ ନ ପାଇ ବାଇକ ଆରୋହୀ ଜଣକ କିଛି ଘାସ ଆଣି ହାତରେ ଘସି ଘସି ଛେପ ପକାଇଥିବା ସ୍ଥାନକୁ ସଫା କରିଥିଲେ। ଏହାପରେ ବ୍ୟକ୍ତି ଜଣକ ଯିବାକୁ ବାହାରିବା ସମୟରେ ବଳଦେବ ତାଙ୍କ ହାତରେ ଏକ ପାଣି ବୋତଲ ଧରାଇଦେଲେ ଏବଂ ରାସ୍ତାର ସେହି ସ୍ଥାନକୁ ପୁନର୍ବାର ପାଣିରେ ସଫା କରାଇଲେ। ତେଣୁ ଆପଣ ଏପରି କରୁଥିଲେ ସୁଧୁରିଯାଆନ୍ତୁ, ନଚେତ ଆପଣଙ୍କ ଏହି ଭୁଲ ପାଇଁ ଅନେକ ଲୋକ ରୋଗାଗ୍ରସ୍ତ ହୋଇପାରନ୍ତି।

- Advertisement -

https://www.instagram.com/p/CAE749DAoaw/?utm_source=ig_web_copy_link

ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଭାଇରାଲ ହୋଇଛି। ଭିଡିଓ ଦେଖିବା ପରେ ଲୋକେ ବାଇକ୍‍ ଆରେହୀଙ୍କ ଏପରି କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଟ୍ରାଫିକ୍‍ ପୁଲିସଙ୍କର ଖୁବ୍‍ ପ୍ରଶଂସା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories