www.samajalive.in
Sunday, December 14, 2025
17.1 C
Bhubaneswar

ଦୂର ହେଲା ଯୁକ୍ତ ୨ ପରୀକ୍ଷା ଦ୍ୱନ୍ଦ୍ୱ; ଏଥର ବି ତ୍ରୈମାସିକ ପରୀକ୍ଷା

ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦ୍ୱନ୍ଦ୍ୱ ଦୂର ହୋଇଛି। ଗତବର୍ଷ ଭଳି ଏଥର ବି ଯୁକ୍ତ ୨ରେ ତ୍ରୈମାସିକ ପରୀକ୍ଷା ବା କ୍ୱାର୍ଟର ଏଣ୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)କୁ ଚିଠି ଲେଖି ଅବଗତ କରାଯାଇଛି।

ପରୀକ୍ଷା ନେଇ ସ୍ପଷ୍ଟ ସୂଚନା ମିଳିବା ପରେ ଚଳିତବର୍ଷ ପରୀକ୍ଷା ଢାଞ୍ଚାକୁ ନେଇ ବିଦ୍ୟାର୍ଥୀଙ୍କ ଆଶଙ୍କା ଦୂର ହୋଇଛି। ଏ ସଂକ୍ରାନ୍ତରେ ବହୁ ବିଚାର କରାଯିବା ପରେ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଯୁକ୍ତ୨ରେ ତ୍ରୈମାସିକ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗ ପକ୍ଷରୁ ପରିଷଦକୁ କୁହାଯାଇଛି।

- Advertisement -

ଅନ୍ୟପକ୍ଷରେ ବିଭାଗର ଚିଠି ପରେ ସିଏଚ୍‌ଏସ୍‌ଇ ପକ୍ଷରୁ ତ୍ରୈମାସିକ ପରୀକ୍ଷାସୂଚୀ ପ୍ରକାଶ ପାଇଛି। ଉଭୟ ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀରେ ତ୍ରୈମାସିକ ପରୀକ୍ଷା ହେବ। ୨୦ ନମ୍ବରର ଥିଓରି ଓ ୧୦ ନମ୍ବରର ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପରୀକ୍ଷା ହେବ। ସେପ୍ଟେମ୍ବର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଦ୍ବାଦଶ ଶ୍ରେଣୀ ପ୍ରଥମ ତ୍ରୈମାସିକ ପରୀକ୍ଷା ହେବ। ନଭେମ୍ବରରେ ଦ୍ବିତୀୟ ଏବଂ ଜାନୁଆରୀରେ ୩ୟ ତ୍ରୈମାସିକ ପରୀକ୍ଷା ହେବ। ଏକାଦଶ ଶ୍ରେଣୀର ତ୍ରୈମାସିକ ପରୀକ୍ଷା ସୂଚୀ ପରେ ପ୍ରକାଶ ପାଇବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି।

ସୂଚନା ମୁତାବକ, ଜୁନ୍ ୧୮ରୁ କଲେଜ ଖୋଲିଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ପରିଷଦ ତ୍ରୈମାସିକ ପରୀକ୍ଷା ହେବ କି ନାହିଁ ସ୍ପଷ୍ଟ କରିନଥିଲା। ଫଳରେ ଛାତ୍ରଛାତ୍ରୀ ଚିନ୍ତାରେ ଥିଲେ। କରୋନା କାରଣରୁ ଗତବର୍ଷ ଯୁକ୍ତ୨ ପାଇଁ ତ୍ରୈମାସିକ ପରୀକ୍ଷା କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ତିନି ମାସରେ ଥରେ ପରୀକ୍ଷା ହେଉଥିଲା। ତ୍ରୈମାସିକ ପରୀକ୍ଷାର ୨୦ପ୍ରତିଶତ ଏବଂ ବୋର୍ଡ ପରୀକ୍ଷାର ୮୦ପ୍ରତିଶତ ମାର୍କକୁ ବିଚାରକୁ ନେଇ ଚୂଡ଼ାନ୍ତ ଫଳ ପ୍ରକାଶ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀଙ୍କ ସଫଳତା ହାର ଅଧିକ ଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories