www.samajalive.in
Sunday, December 14, 2025
26.1 C
Bhubaneswar

୨୮ରେ ଜେଇଇ ଆଡ଼ଭାନ୍ସଡ ପରୀକ୍ଷା

ଭୁବନେଶ୍ୱର: ଦେଶର ଆଇଆଇଟି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଆସନ୍ତା ୨୮ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡ଼ଭାନ୍ସଡ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କ ନିମନ୍ତେ ମଙ୍ଗଳବାରଠାରୁ ଜେଇଇ ଆଡ଼ଭାନ୍ସଡ ୱେବ୍‌ସାଇଟ୍‌ରେ ଆଡ଼ମିଟ୍‌ କାର୍ଡ ଉପଲବ୍ଧ ହୋଇଛି । ବିଦ୍ୟାର୍ଥୀ ୱେବ୍‌ସାଇଟ୍‌ (www.jeeadv.ac.in)କୁ ଲଗ୍‌ ଇନ୍‌ କରି ଆଡ଼ମିଟ୍‌ କାର୍ଡ ଡାଉନଲୋଡ କରିପାରିବେ ।
ପ୍ରବେଶିକା ନିମନ୍ତେ ଜେଇଇ ମୁଖ୍ୟ ରାଙ୍କ ପାଇଥିବା ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି । ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ପ୍ରଥମ ପେପର ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ। ଦ୍ବିତୀୟ ପେପର ଅପରାହ୍ଣ ସାଢ଼େ ୨ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୧୧ରେ ଫଳ ପ୍ରକାଶ ପାଇବ ବୋଲି ଜେଇଇ ଆଡ଼ଭାନ୍ସଡ ପରୀକ୍ଷା କାର୍ଯ୍ୟସୂଚୀରୁ ଜଣାପଡ଼ିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories