www.samajalive.in
Sunday, December 14, 2025
16.1 C
Bhubaneswar

ସ୍ବାମୀର ଜୁଇ ଜଳୁଥିବାବେଳେ ପ୍ରେମିକ ସହ ସ୍ତ୍ରୀ ଚମ୍ପଟ

ରାଜକନିକା: ଅବୈଧ ସମ୍ପର୍କରୁ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ସ୍ତ୍ରୀ ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ତାଙ୍କର ନିଜ ପୁଅ ଓ ଝିଅ। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ ଭାମଣ୍ଡା ଗ୍ରାମରେ । ଗାଁର ପୂଜକ ରଙ୍ଗାଧର ଦାସଙ୍କ ପତ୍ନୀ ରତ୍ନମଣିଙ୍କ ସହ ସେହି ଗାଁର ଅସିତ ଶତପଥୀଙ୍କର ଦୀର୍ଘ ୪ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ରଙ୍ଗାଧରଙ୍କ ଅନୁପସ୍ଥିତିରେ ଅସିତ ରତ୍ନମଣିଙ୍କ ଘରକୁ ଯା’ଆସ କରିଆସୁଥିଲା । ମା’ର ଏହି ଅନୈତିକ ସମ୍ପର୍କକୁ ପୁଅ ଓ ଝିଅ ଜାଣି ପ୍ରତିବାଦ କରିବାରୁ ଅସିତ ଓ ରତ୍ନମଣି ମିଶି ସେମାନଙ୍କୁ ମାଡ଼ ମାରିବା ସହ ବାପାଙ୍କୁ ମାରିଦେବା ପାଇଁ ଧମକ ଦେଇଆସୁଥିଲେ ବୋଲି ପୁଅ ଦେବାଶିଷ ଦାସ (୨୦)ଓ ଝିଅ ବିଶ୍ବଜିତା ଦାସ (୧୫) ଅଭିଯୋଗ କରିଛନ୍ତି ।

ଏହା ପରେ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ୧୭ ତାରିଖରେ ରଙ୍ଗାଧର ମନ୍ଦିରକୁ ପୂଜା କରିବାକୁ ଯାଇଥିବା ବେଳେ ପତ୍ନୀ ରତ୍ନମଣି ତାଙ୍କ ସହ ଝଗଡ଼ା କରୁଥିବା ଲୋକେ ଦେଖିବାକୁ ପାଇଥିଲେ ବୋଲି କହିଛନ୍ତି। ଘଟଣାର କିଛି ସମୟ ପରେ ରଙ୍ଗାଧରଙ୍କ ପତ୍ତା ମିଳିନଥିଲା। ଏ ନେଇ ରଙ୍ଗାଧରଙ୍କ ଭାଇ ଗଙ୍ଗାଧର ୧୭ରେ ରାଜକନିକା ଥାନାରେ ଅଭିଯୋଗ କରିଥିଲେ। ଏହାର ୫ଦିନ ପରେ ଗାଁ ନିକଟସ୍ଥ ସିମିଳିମାହାରା ଜୋର ନିକଟରୁ ରଙ୍ଗାଧରଙ୍କ କ୍ଷତାକ୍ତ ମୃତ ଦେହକୁ ପୁଲିସ ଉଦ୍ଧାର କରିଥିଲା। ସବୁଠୁ ବଡ଼କଥା ହେଉଛି ଗୋଟିଏ ପଟେ ମଶାଣିରେ ସ୍ୱାମୀର ଚିତା ଲିଭିନଥିବା ବେଳେ ସ୍ତ୍ରୀ ରତ୍ନମଣି ୪ପିଲାଙ୍କୁ ଛାଡି ସର୍ବସମ୍ମୁଖରେ ପ୍ରେମିକ ସହିତ ପଳାଇଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଶବ ବ୍ୟବ​‌େ​‌ଚ୍ଛଦ ରିପୋର୍ଟ ଆସିବା ପରେ ଆଗକୁ ତଦନ୍ତ ଆଗେଇବ ବୋଲି ରାଜକନିକା ଥାନାଧିକାରୀ ବିଲ୍ବମଙ୍ଗଳ ସେଠୀ କହିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories