ଆଜିଠୁ +୨ ତତ୍କାଳ ପରୀକ୍ଷା
ଭୁବନେଶ୍ବର: +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ତତ୍କାଳ (ଇନଷ୍ଟାଣ୍ଟ) ପରୀକ୍ଷା ଆଜିଠୁ ଆରମ୍ଭ । ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ଯେଉଁ ଛାତ୍ରଛାତ୍ରୀ କେବଳ ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଛନ୍ତି, ସେମାନେ ଏହି ପରୀକ୍ଷା ଦେଇପାରିବେ। ୧୩ରେ ସବୁ ଥିଓରୀ ବିଷୟର ପରୀକ୍ଷା ହେବାକୁ ଥିବା ବେଳେ ୧୪ରେ କେବଳ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। କେବଳ ବାୟୋଲୋଜି ପାଇଁ ଅତିରିକ୍ତ ୨୦ ମିନିଟ୍ ଦିଆଯିବ। ୧୩ ଓ ୧୪ରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ ଗତ ଅଗଷ୍ଟ ୨୨ ରୁ ୨୪ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ହୋଇଥିଲା। ଚଳିତବର୍ଷ ଏହି ପରୀକ୍ଷାପାଇଁ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ପ୍ରାୟ ୧,୬୦୦ ମଧ୍ୟରେ ରହିଛି। ସେପ୍ଟେମ୍ବର ୨୫ ମଧ୍ୟରେ ପରୀକ୍ଷା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।
Comments are closed.