www.samajalive.in
Saturday, December 6, 2025
16.1 C
Bhubaneswar

ଜଙ୍ଗଲ ଭିତରେ ବେଆଇନ୍‌ ଭାବେ ତିଆରି ହେଉଛି ଦେଶୀମଦ, ୧୭ କୁଇଣ୍ଟାଲ୍ ପୋଚ ନଷ୍ଟକଲା ପୁଲିସ୍

ଫୁଲବାଣୀ:କନ୍ଧମାଳ ଜିଲା ଭିତରେ ବେଆଇନ୍‌ ଭାବେ ତିଆରି ହେଉଛି ଦେଶୀମଦ ଏବଂ ସେସବୁ ଚୋରାରେ ବିକ୍ରି କରାଯାଉଛି। ଖଜୁରିପଡ଼ା ଥାନା ଅନ୍ତର୍ଗତ ଗୁଦାରି ଗ୍ରାମରେ ଆଜି ସକାଳୁ ସଦର ଏସ୍‌ଡିପିଓ ମହେନ୍ଦ୍ର ନାଥ ମୁର୍ମୁଙ୍କ ନେତୃତ୍ୱରେ ବହୁ ପୁଲିସ୍ ବେଆଇନ ଭାବେ ଜଙ୍ଗଲ ମଧ୍ୟରେ ତିଆରି କରୁଥିବା ଦେଶୀମଦ ଭାଟି ଉପରେ ଚଢାଉ କରାଯାଇଥିଲା। ଏହି ଅବସରରେ ପୁଲିସ ପ୍ରାୟ ୧୭ କୁଇଣ୍ଟାଲ୍ ପୋଚ ଦେଶୀମଦ ଜବତ କରିବା ସହ ସେସବୁ ନଷ୍ଟ କରିଦେଇଥିବା ସୂଚନା ମିଳିଛି।
ଗୁଦାରି ଗ୍ରାମରେ ନିକଟରେ ପ୍ରବାହିତ ନଦୀ ପାର ହେବା ପରେ କିଛି ବ୍ୟକ୍ତି ଦେଶୀମଦ ପ୍ରସ୍ତୁତ କରିବା ସାଙ୍ଗକୁ ସେସବୁର ଚୋରା କାରବାର ଚଳାଇଥିଲେ। ଖବର ପାଇ ପୁଲିସ୍ ଗୁଦାରି ଗ୍ରାମରେ ପହଞ୍ଚିଥିଲା। ନଦୀପାର ହୋଇ ଘଟଣାସ୍ଥଳକୁ ଯିବା ପାଇଁ କିଛି ସମୟ ଲାଗିଥିଲା। ଏହା ସୁଯୋଗ ନେଇ ମଦକାରବାରରେ ଏହି କାରବାରରେ ଲିପ୍ତ ଥିବା ବ୍ୟକ୍ତିମାନେ ଜଙ୍ଗଲରେ କୁଆଡ଼େ ଫେରାର୍ ହୋଇଯାଇଥିବା ଜଣାଯାଇଛି। ତେବେ ଆଜି ଚଢାଉରେ ପୋଚ ନଷ୍ଟ କରାଯାଇଥିଲେ ମଧ୍ୟ ଏନେଇ କୌଣସି ମାମଲା ରୁଜୁହୋଇ ନାହିିଁ କିମ୍ବା କାହାରିକୁ ଗିରଫ କରାଯାଇ ନଥିବାବେଳେ ଏହି ଅଭିଯାନ ଜାରି ରିହବ ବୋଲି ଏସ୍‌ଡିପିଓ ପ୍ରକାଶ କରିଛନ୍ତି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories