www.samajalive.in
Saturday, December 6, 2025
26.1 C
Bhubaneswar

ଧରା ପଡ଼ିଲା ୨ ସାର ବୋଝେଇ ଟ୍ରକ

ସୋନପୁର/ବୀରମହାରାଜପୁର : ବେଆଇନ ସାର ଚାଲାଣ ହେଉଥିବା ସଂପର୍କରେ କୌଣସି ସୂତ୍ରରୁ ଖବର ପାଇ ଆଜି କୃଷି ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ବୁଠିପଦରଠାରେ ଚଢଉ କରାଯାଇଥିଲା। ଚଢଉ ସମୟରେ ଦୁଇଟି ଟ୍ରକରେ ଥିବା ମୋଟ ୩୭୧ ବସ୍ତା ନାଗାର୍ଜୁନ ୟୁରିଆ ସାରକୁ ଜବତ୍‌ କରାଯାଇଛି। ପରେ ଚାଷୀମାନଙ୍କ ଦାବି କ୍ରମେ ଗୋଟିଏ ଟ୍ରକ୍‌ରେ ଥିବା ୨୮୬ ବସ୍ତା ସାରକୁ ଆଧାର କାର୍ଡ ପିଛା ଗୋଟିଏ ବସ୍ତା ହିସାବରେ ସରକାରୀ ଦରରେ ବିକ୍ରି କରାଯାଇଛି। ଅନ୍ୟ ଟ୍ରକରେ ଥିବା ୮୫ ବସ୍ତା ସାରକୁ ସ୍ଥାନୀୟ ହେପାଜତରେ ରଖାଯାଇଥିବା ଜଣାପଡିଛି।
ଜିଲା କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ଟ୍ରକ୍‌ରେ ବେଆଇନ ସାର ଚାଲାଣ ହେଉଥିବା ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ ଶତପଥୀ ସୂଚନା ପାଇବା ପରେ ଆତ୍ମା ଡିପିଡି ତୁଷାର ରଞ୍ଜନ ମିଶ୍ର, ସହକାରୀ କୃଷି ଅଧିକାରୀ ତୁଷାରକାନ୍ତ ସାହୁ ଓ କାଳିନ୍ଦୀ ଚରଣ ପରିଡା ପ୍ରମୁଖ ପୁଲିସ ସହାୟତାରେ ପହଞ୍ଚିଥିଲେ। ତେବେ ଏମାନେ ପହଞ୍ଚିବା ସମୟରେ ଉଭୟ ଟ୍ରକ୍‌ ନିକଟରେ ଉପସ୍ଥିତ ଥିବା ପ୍ରାୟ ୮/୧୦ ଜଣ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଏମାନେ ସେଠାରେ ପହଞ୍ଚିବା ବେଳେ ଓଡି୩୧ଜି୩୮୩୮ ନମ୍ବର ବିଶିଷ୍ଟ ଏକ ଟ୍ରକରୁ ଓଆର୧୫କେ ୦୫୧୪ନମ୍ବର ବିଶିଷ୍ଟ ଏକ ଟାଟା ଗାଡିକୁ ସାର ଅନ୍‌ଲୋଡ୍‌ କରାଯାଉଥିବା ବେଳେ ଓଡି୧୫-୯୪୨୧ ନମ୍ବର ବିଶିଷ୍ଟ ଅନ୍ୟ ଏକ ଟ୍ରକ୍‌ରେ ସାର୍‌ ବୋଝେଇ ହୋଇଥିବା ଦେଖିବାକୁ ପାଇଥିଲେ। ତେବେ ଏହି ଉଭୟ ଗାଡିରୁ ୪୬୦ ବସ୍ତା ସାର ବାହାରିଥିବା ସୂଚନା ମିଳିଛି। କିନ୍ତୁ ଏହି ସାର ଧରା ପଡିବା ଘଟଣା ଜଣାପଡିବା ପରେ ଅଞ୍ଚଳରେ ସାରର ଘୋର ଅଭାବର ସମ୍ମୁଖିନ ହେଉଥିବା ଚାଷୀ ମାନେ ସେଠାରେ ରୁଣ୍ଡ ହୋଇ ସରକାରୀ ମୂଲ୍ୟରେ ଧରା ପଡିଥିବା ସାର ସବୁକୁ ବିକ୍ରି କରିବାକୁ ଦାବି କରିଥିଲେ। ବୀରମହାରାଜପୁର ତହସିଲଦାର ରଞ୍ଜନ କୁମାର ପରିଡା, ଏସ୍‌ଡିପିଓ ଧିରଜ ଚୋପଦାର, ଥାନା ଅଧିକାରୀ କୁଶ ପାଣିଗ୍ରାହୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ ଧରା ପଡିଥିବା ସମସ୍ତ ସାର ଖଣ୍ଡହତା ପ୍ୟାକ୍ସ ସମ୍ପାଦକଙ୍କ ଜରିଆରେ ପ୍ରତ୍ୟେକ ଚାଷୀଙ୍କୁ ସରକାରୀ ମୂଲ୍ୟରେ ବିକ୍ରି କରାଯାଇଥିବା ଜିଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଏ ସମ୍ପର୍କରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବାରୁ ପୁଲିସ ପକ୍ଷରୁ କୌଣସି ତଦନ୍ତ କରାଯାଇ ନଥିବା ସୂଚନା ଦିଆଯାଇଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories