www.samajalive.in
Saturday, December 6, 2025
26.1 C
Bhubaneswar

ପ୍ଲାଜମା ଦାନ କଲେ ବିଏସ୍ଏଫ ଯବାନ, ପ୍ରଶଂସା କଲେ ଜିଲ୍ଲାପାଳ

ଜଗତସିଂହପୁର: ବିଏସ୍ଏଫ ଯବାନ ରାଜୀବ ବରାଳ ପ୍ଲାଜମା ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ଜଣେ ସେନାର ଯବାନ କେବଳ ଦେଶର ସୁରକ୍ଷା ପାଇଁ ନୁହେଁ ବରଂ ସବୁବେଳେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଆଗଭର ବୋଲି ଏହି କାର୍ଯ୍ୟ କରି ପ୍ରମାଣିତ କରିଛନ୍ତି। ଏଥିପାଇଁ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଟ୍ୱିଟ୍ କରି ରାଜୀବଙ୍କୁ ପ୍ରଶଂସା କରିଛନ୍ତି।
ବାଲିକୁଦା ବ୍ଲକ ଓଳାଷ ଗାଁର ଶୁକାନ୍ତ ବରାଳ ଓ ହର୍ଷଲତା ବରାଳଙ୍କ ବଡ ପୁଅ ହେଉଛନ୍ତି ରାଜୀବ। ତେବେ ପ୍ରାୟ ଦେଢ ମାସ ତଳେ ସେ ନିଜ କର୍ମସ୍ଥଳରୁ ଛୁଟିରେ ଗାଁକୁ ଆସିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଗାଇଡ୍ଲାଇନ୍ ଅନୁସାରେ ନିଜର କୋଭିଡ ପରୀକ୍ଷା କରିଥିଲେ। ପରୀକ୍ଷା ରିପୋର୍ଟରେ ତାଙ୍କର ପଜିଟିଭ ଆସିଥିଲା। ଏହାପରେ ତାଙ୍କୁ ପ୍ରଥମେ କୋଭିଡ କେୟାର ପରେ ପାରାଦ୍ୱୀପ କୋଭିଡ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ୧୫ ଦିନ ପରେ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ। ତେବେ ପ୍ଲାଜମା ଦ୍ୱାରା ଗୁରୁତର କରୋନା ରୋଗୀ ଭଲ ହେଉଥିବା ଜାଣି ନିଜ ତରଫରୁ ଆଗ୍ରହ ପ୍ରକାଶ କରି ସେ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ତାଙ୍କୁ ଜିଲା ପ୍ରଶାସନ ପକ୍ଷରୁ କଟକ ସ୍ଥିତ ପ୍ଲାଜମା ସେଣ୍ଟରକୁ ନେଇ ତାଙ୍କର ପ୍ଲାଜମା ସଂଗ୍ରହ କରିଥିଲେ। ସେ ଲୋଟସ୍ କ୍ଲବର ସଦସ୍ୟ ଭାବରେ କ୍ରୀଡା ଓ କ୍ରୀଡାବତ୍‌ଙ୍କୁ ସବୁବେଳେ ସହାୟତା ଦେଇ ଆସିଛନ୍ତି। ରାଜୀବ ବରାଳ କରୋନାରୁ ସୁସ୍ଥ ହେଉଥିବା ଲୋକମାନଙ୍କୁ ଅନୁରୋଧ କରି କହିଛନ୍ତି ସମସ୍ତେ ଆଗକୁ ଆସି ପ୍ଲାଜ୍‌ମା ଦାନ କରନ୍ତୁ ଏବଂ ଅନ୍ୟ ଜଣେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାନ୍ତୁ। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories