www.samajalive.in
Monday, December 15, 2025
27.1 C
Bhubaneswar

ପିଲା ପଡିଗଲାଣି କିନ୍ତୁ ମହିଳାଙ୍କ ନାଚ ବନ୍ଦ ହେଉନି, ଭିଡିଓ ଦେଖିଲେ ହସି ହସି ଗଡିବେ

ନୂଆଦିଲ୍ଲୀ ଆଜି କାଲି ସମସ୍ତେ ସୋସିଆଲ ମିଡିଆରେ ରିଲ୍ ଦେଖିବାକୁ ପସନ୍ଦ କରୁଛନ୍ତି । ଖାଲି ଦେଖିବାକୁ ନୁହେଁ, ରିଲ୍ କରିବାକୁ ମଧ୍ୟ ପାଗଳ ଆଜିର ଯୁବପିଢି । କିଏ ରାସ୍ତାରେ ରିଲ୍ କରୁଛି ତ ଆଉ କିଏ ଏୟାରପୋର୍ଟରେ । ଯିଏ ଯେଉଁଠି ପାରୁଛି ଠୁମକା ଲଗାଇବାରେ ଲାଗିପଡୁଛି । ଜନଗହଳି ପୂର୍ଣ୍ଣ ସ୍ଥାନରେ ଅନେକ ସମୟରେ ଏମିତି ଦୃଶ୍ୟ ଦେଖିବାକୁ ମିଳେ । ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ନିଜ ହସ ରୋକିପାରିବେନି । ଜଣେ ମହିଳା ପ୍ଲାଟଫର୍ମରେ ଦମଦାର ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି । ଏହି ସମୟରେ ପଛରେ ଆସୁଥିବା ତାଙ୍କ କୁନି ଶିଶୁ ପଡିଯାଉଛି କିନ୍ତୁ ତାଙ୍କ ଡ୍ୟାନ୍ସ ବନ୍ଦ ହେଉନି । ଦେଖନ୍ତୁ ଏହି ଭିଡିଓ…

 

- Advertisement -

ଭାଇରାଲ ହେଉଥିବା ଏହି ଭିଡିଓର ପ୍ରାରମ୍ଭରେ ନଜର ଆସୁଛି କି ମହିଳା ଜଣକ ନିଜ ଶିଶୁ ସହିତ ପ୍ଲାଟଫର୍ମରେ ଚାଲି ଚାଲି ଆସୁଛନ୍ତି । ଏହା ପରେ ଅଚାନକ ସେ ଡ୍ୟାନ୍ସ ଆରମ୍ଭ କରିଦେଉଛନ୍ତି । ମହିଳା ଡ୍ୟାନ୍ସ କରି କରି ଆଗକୁ ଆସୁଛନ୍ତି । ସେପଟେ ପଛରେ ଚାଲୁଥିବା ତାଙ୍କ ଶିଶୁ ପଡିଯାଉଛି କିନ୍ତୁ ମହିଳା ସେଥିପ୍ରତି ଭ୍ରୁକ୍ଷେପ ନକରି ନିଜ ନୃତ୍ୟ ଜାରି ରଖୁଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓକୁ @Observer4s ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଉଛି । ପ୍ରାୟ ୧୦ ସେକେଣ୍ଡର ଏହି ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରିବା ସହ ସେୟାର କରୁଛନ୍ତି ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories