କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଏକ ମେଗା ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ନାହାରସିଂ ମିନୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଓ ବୌଦ୍ଧ ଜିଲାରେ ଏଲ୍ ଏଣ୍ଡ ଟି କମ୍ପାନି ଦ୍ୱାରା ମେଗା ଜଳ ଯୋଗାଣ ପ୍ରକଳ୍ପ ଚାଲିଥିବା ବେଳେ ସେହି ପ୍ରକଳ୍ପ ଜରିଆରେ ଏହି ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପ୍ରାୟ ୫୦୦ ବୃକ୍ଷ ରୋପଣ କରାଯାଇଛି । ବିଦ୍ୟାଳୟର ଅଷ୍ଟମରୁ ଯୁକ୍ତ ୨ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଏହି ବୃକ୍ଷ ଚାରା ରୋପଣ କରିଛନ୍ତି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ଫୁଲବାଣୀ ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା ଯୋଗଦେଇ ବୃକ୍ଷ ଚାରା ରୋପଣ ଆବଶ୍ୟକତା ଏବଂ ପରିବେଶ ଓ ଏହାର ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଜଳ ଯୋଗାଣ ପ୍ରକଳ୍ପର ପ୍ରକଳ୍ପ ପରିଚାଳକ ମହମ୍ମଦ ମାନିଟ୍ ଆଲାମ୍, ଫୁଲବାଣୀ ପ୍ରକଳ୍ପ ପରିଚାଳକ ପ୍ରତୋଷ ଲେଙ୍କା, ଅନ୍ୟତମ ବରିଷ୍ଠ ଅଧିକାରୀ ଭାସ୍କରାଓ ପୋଟାନୁରୁଙ୍କ ସମେତ କେନ୍ଦ୍ରୀୟ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ମଧ୍ୟ ଏହି ବୃକ୍ଷ ଚାରା ରୋପଣରେ ସାମିଲ୍ ହୋଇଥିଲେ।
ଏଲ୍ଏଣ୍ଡ ଟି ଦ୍ୱାରା ସମଗ୍ର ଭାରତରେ ଏହି ପ୍ରକଳ୍ପ ମାଧ୍ୟମରେ ୧.୫ ମିଲିୟନରୁ ଅଧିକ ଚାରା ରୋପଣ ପାଇଁ ପଦକ୍ଷେପ ନିଆଯାଇଥିବା ପରିପ୍ରେକ୍ଷିରେ କନ୍ଧମାଳ ଜିଲାରେ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ପ୍ରଥମ ଦଫାରେ ୫୦୦ ବୃକ୍ଷ ଚାରା ରୋପଣ କରାଯାଇଛି ।
Comments are closed.