www.samajalive.in
Monday, December 8, 2025
14.1 C
Bhubaneswar

ଅତାବିରା ମହାବିଦ୍ୟାଳୟରେ ବିଧାୟିକାଙ୍କ ଚାରାରୋପଣ

ରେଙ୍ଗାଲିକ୍ୟାମ୍ପ: ଅତାବିରା ମହାବିଦ୍ୟାଳୟର ଛାତ୍ର ସଂସଦ ପକ୍ଷରୁ କଲେଜ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇ ନିଜେ ଚାରାରୋପଣ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଚାରାରୋପଣ କାର୍ଯ୍ୟକ୍ରମରେ ୭୦ଟି ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ଲଗାଯାଇଥିଲା । ଏହି ଅବସରରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବୃକ୍ଷର ଉପାଦେୟତା ତଥା ପରିବେଶ ଓ ଉଦ୍ଭିଦ କିପରି ପରସ୍ପର ପରିପୂରକ ତାହା ବୁଝାଇଥିଲେ । ଗୋଟିଏ ବୃକ୍ଷ କୋଟି କୋଟି ମଣିଷର ଜୀବନ ଧାରଣ ପାଇଁ ତାର ଜୀବନସାରା ଅମ୍ଳଜାନ ଯୋଗାଇଥାଏ । ତେଣୁ ସମସ୍ତେ ବୃକ୍ଷ ରୋପଣ କରି ପୁଣି ଥରେ ପ୍ରକୃତି କୋଳରେ ହସ ଖୁସି ଖେଳାଇ ଦେବା ବୋଲି ପ୍ରେରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ବନମାଳୀ ବରିହା, କଲେଜ ଅଧ୍ୟକ୍ଷ ଅଶ୍ଵିନୀ ପ୍ରଧାନ, ସିଦ୍ଧାର୍ଥ ଶଙ୍କର ପଣ୍ଡା, ଗଣେଶ ସାହୁ, ଅବିନାଶ ବାରିକ୍ ,ସଞ୍ଜୀବ ଦାଶ, ଅଧ୍ୟାପକ ସୂର୍ଯ୍ୟ ନାରାୟଣ ବିଶ୍ଵାଳ, ଅସ୍ମିତା ଛୁରିଆ ପ୍ରମୁଖ ସାମିଲ ରହିଥିଲେ ଓ ଚାରା ରୋପଣ କରିଥିଲେ । ଅଧ୍ୟାପକ ପରମାନନ୍ଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଶତାଧିକ କଲେଜ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories