ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

 ମୁଖୀଗୁଡା : ତାଲୁକ ଆଇନ ସେବା ସମିତି ଜୟପାଟଣା ତରଫରୁ ବିଶ୍ୱ ପରିବେଶ ଦିବସ  ପାଳନ କରାଯାଇଛି। ଏହି ଅଵସରରେ ବରିଷ୍ଠ  ଦେୱାନୀ ବିଚାରପତି ତଥା ସହକାରୀ ଦୌରା ଜଜଙ୍କ ଅଦାଲତ  ପରିସରରେ ସିନିୟର ସିଭିଲ ଜଜ ଜିତେନ୍ଦ୍ରିୟ ପାଣିଗ୍ରାହୀ, ଆଇନଜୀବୀ ପ୍ରମୋଦ ପଣ୍ଡା, ଗଙ୍ଗାଧର ପାତ୍ର, ମୁକେଶ ପାତ୍ର, ସୌଦାମିନୀ ଦ୍ୱିବେଦୀ ପ୍ରମୁଖ ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଓକିଲ ରଜନୀକାନ୍ତ ପଣ୍ଡା, ତପନ କିରଣ ପାଢ଼ୀ, ନିହାର ରଂଜନ ବେହେରା(ବାପି), ଆଶିଷ କୁମାର ପଣ୍ଡା, ବିନୟ ପଣ୍ଡା, କେଦାର ସାହୁ, ମନୋରଞ୍ଜନ ମାଝୀ, ସୌମ୍ୟ ହୋତା, ମନୋରଞ୍ଜନ ସିଂ ଏବଂ କୋର୍ଟ କର୍ମଚାରୀ  ଯୋଗ ଦେଇଥିଲେ ।
kalyan agarbati

Comments are closed.