www.samajalive.in
Sunday, December 7, 2025
26.1 C
Bhubaneswar

ଏସଓଏସ ଚିଲଡ୍ରେନ୍ସ ଭିଲେଜ ଅଫ ଇଣ୍ଡିଆ ଭୁବନେଶ୍ୱର ପକ୍ଷରୁ ବୃକ୍ଷ ଚାରା ରୋପଣ

ଭୁବନେଶ୍ୱର: ଏସଓଏସ ଚିଲଡ୍ରେନ୍ସ ଭିଲେଜ ଅଫ ଇଣ୍ଡିଆ (ଏସଓଏସସିଭିଆଇ) ଭୁବନେଶ୍ୱର ପକ୍ଷରୁ ଏଠାରେ ବୃକ୍ଷ ଚାରା ରୋପଣ କରାଯାଇଛି । ଏଥିରେ ସ୍ଥାନୀୟ ଗୋଷ୍ଠୀର ପ୍ରାୟ ୧୫୦ ଜଣ ପିଲା ସପ୍ତାହାନ୍ତ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ପିଲାମାନେ ବାଲ୍ ପଂଚାୟତର ସଦସ୍ୟ ଅଟନ୍ତି । ଏହାକୁ ଏସଓଏସସିଭିଆଇ ଦ୍ୱାରା ସ୍ଥାପନ କରାଯାଇଛି । ଏହା ମାଧ୍ୟମରେ ପିଲାମାନେ ସେମାନଙ୍କର ଗୋଷ୍ଠୀର ଉନ୍ନତି, ସଫେଇ ଓ ବୃକ୍ଷ ଚାରା ରୋପଣ କାର୍ଯ୍ୟରେ ସାମିଲ ହୋଇ ସେମାନଙ୍କ ଗୋଷ୍ଠୀର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି । ଜୁଲାଇ ମାସର ପ୍ରତି ରବିବାର ଦିନ ସଫେଇ ଓ ବୃକ୍ଷ ଚାରା ରୋପଣ କାର୍ଯ୍ୟକୁ ଭୁବନେଶ୍ୱରର ଛତାବର, ବିଞ୍ଝାଗିରି, ପିତାଗଡ଼ିଆଭୋଇ, ଜାମୁଝରି, ଡାଳୁଅ, ଭୋଲା, କୁଜିମହଲ, ଦାସପୁର, ଚୁଡ଼ାଙ୍ଗ, କୃଶିନଗର ଓ ମହିମାନଗର ଠାରେ ଆୟୋଜନ କରାଯାଉଛି ।
ପିଲାମାନେ ଗତ ରବିବାର ଦିନ ସକାଳେ ଦୁଇଘଂଟା ସମୟ ଦେଇ ସେମାନଙ୍କର ଘର ଚାରିପାଖ ଓ ସର୍ବସାଧାରଣସ୍ଥାନ, ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳାୟ ପରିସରକୁ ସଫା କରିବା ସହିତ ୨୦୦ ଚାରା ବିଶେଷକରି ଆମ୍ବ, ପଣସ, ଅମୃତଭଣ୍ଡା ଓ ଲେମ୍ବୁ ଗଛ ଲଗାଇଥିଲେ । କୋଭିଡ-୧୯ ନିୟମାବଳୀର ଅନୁପାଳନ କରି ଏହି କାର୍ଯ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବିଷୟେରେ ସୂଚନା ଦେଇ ଏସଓଏସସିଭିଆଇର ସେକ୍ରେଟାରୀ ଜେନେରାଲ ସୁମନ୍ତ କର କହିଛନ୍ତି ଯେ, ସାଂପ୍ରତିକ ସ୍ୱାସ୍ଥ୍ୟ ଯତ୍ନ ସମସ୍ୟା ପରିପ୍ରେକ୍ଷୀରେ ପରିଚ୍ଛନ୍ନତା, ପରିମଳ ଓ ବୃକ୍ଷ ଚାରା ରୋପଣର ଗୁରୁତ୍ୱ ଲକ୍ଷ୍ୟ କରାଯାଉଛି । ସେଥିପାଇଁ ଏହି କାର୍ଯ୍ୟରେ ଆଗାମୀ ପୀଢ଼ିଙ୍କୁ ସାମିଲ କରାଯାଉଛି । ଏହା ଅନ୍ତର୍ଗତ ସାରା ଦେଶରେ ଏସଓଏସସିଭିଆଇ ସଫେଇ ଓ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories