nua o banner

ରୋଟାରୀ କ୍ଲବ୍ ତରଫରୁ ଚାରା ରୋପଣ

BJD Bijuli 480×75 Mob

ଚୌଦ୍ୱାର : ରୋଟାରୀ କ୍ଲବ୍ କଟକ ଅଭିନବ ଓ ଆରସିସି କୁଜିବର ଆନୁକୁଲ୍ୟରେ ସାଧୁ ସୁନ୍ଦର ସିଦ୍ଧପୀଠରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ରୋଟାରିଆନ୍ ସୁଧାଂଶୁ ଶେଖର ଜେନା, ବିଶ୍ୱନାଥ ପଣ୍ଡା, ଆରସିସିର ଉମେଶ ଚନ୍ଦ୍ର ସାହାଣୀ,ବିଜୟ ସେଠୀ, ତ୍ରିନାଥ ଭୁୟାଁ,କାହ୍ନୁ ସେଠୀ, ଦିବାକର ଭୁୟାଁ ପ୍ରମୁଖ ଏଥିରେ ଯୋଗଦେଇ ସିଦ୍ଧପୀଠରେ ବିଭିନ୍ନ ଚାରା ରୋପଣ କରିଥିଲେ । ଏହି ଅବସରରେ ଶିକ୍ଷାବିତ୍ ତଥା ସମାଜ ସେବୀ ସ୍ୱର୍ଗତ କୈଳାସ ଚନ୍ଦ୍ର ବରାଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବାସୁଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.