ଘଣ୍ଟାକୁ ୬୫୦୦ କିଲୋମିଟର ଯାତ୍ରା କରୁଥିବା ବିମାନ ତିଆରି କରିବ ‘ବୋଇଂ’

0

ନ୍ୟୁୟର୍କ:  ବିମାନ ନିର୍ମାଣକାରୀ କମ୍ପାନୀ  ବୋଇଂ ଏକ ନୂଆ ବିମାନ ନିର୍ମାଣ କରୁଥିବା ଘୋଷଣା କରିଛି । ଏହି ହାଇପର୍‌ସୋନିକ ବିମାନଟି ଶଦ୍ଦଠାରୁ ୫ଗୁଣ ବେଗରେ ଗତି କରିବ ।  ଚଳିତବର୍ଷ ଏହି ବିମାନ ପରୀକ୍ଷଣ  ଉଡାଣ ଆରମ୍ଭ କରିବ । ଏୟାରବସ୍‌ ବ୍ୟବସାୟିକ ସୁପରମୋନିକ ବିମାନ ନିର୍ମାଣ କରୁଥିବା ସୂଚନା ଦେଇଛି । ବୋଇଂ ନିର୍ମାଣ କରୁଥିବା ସୁପରସୋନିକ ବିମାନ ଘଣ୍ଟାକୁ ସର୍ବାଧିକ ୬୫୦୦ କିଲୋମିଟର ବେଗରେ ଉଡି ପାରିବ । ଆମେରିକାର ଜର୍ଜିଆରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନନୀରେ ବୋଇଂ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସାରା ବିଶ୍ୱରେ ବିମାନଯାତ୍ରାକୁ ଅତି ଉନ୍ନତ କରିବା ସହ ଯାତ୍ରା ସମୟ କମାଇବାପାଇଁ ଏହି ବିମାନ ନିର୍ମାଣ କରାଯାଉଥିବା କମ୍ପାନୀ ସୂଚନା ଦେଇଛି । ଏହା ସର୍ବାଧିକ ବେଗରେ ଗତି କରୁଥିବା ବେଳେ ଯାତ୍ରୀ ପରିବହନ କରିପାରିବ । ଏହାକୁ ସୈନ୍ୟ ଶକ୍ତି ଓ ବ୍ୟବସାୟିକ ଉଦେଶ୍ୟରେ ବ୍ୟବହାର କରାଯାଇ ପାରିବ ।

Leave A Reply