ରନ୍‌-ୱେକୁ ନେଇ ଦ୍ୱନ୍ଦ୍ୱ ଦୁର୍ଘଟଣାର ପ୍ରମୁଖ କାରଣ

0

ନୂଆଦିଲ୍ଲୀ,୧୩ା୩: ନେପାଳ ରାଜଧାନୀ କାଠମାଣ୍ଡୁ ସ୍ଥିତ ତ୍ରିଭୁବନ ବିମାନବନ୍ଦରରେ ସୋମବାର ବାଂଲାଦେଶର ଏକ ବିମାନ ତଳକୁ ଓହ୍ଲାଉ ଥିବାବେଳେ ଦୁର୍ଘଟଣାଗସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୫୦ଯାତ୍ରୀ ପ୍ରାଣ ହରାଇ ଥିବାବେଳେ ୨୨ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିମାନଟି ଅବତରଣ ସମୟରେ ଏହାର ପାଇଲଟ ଓ ଏଆର ଟ୍ରାଫିକ ମଧ୍ୟରେ ହୋଇଥିବା କଥୋପଥନ ଏହି ଦୁର୍ଘଟଣାର କାରଣ ଉପରୁ ପରଦା ଉଠାଇଛି। ବିମାନକୁ କେଉଁ ରନ୍‌-ୱେରେ ଅବତରଣ କରିବାକୁ ହେବ ଏହାକୁ ନେଇ ପାଇଲଟ ଓ ଏଆର ଟ୍ରାଫିକ କଣ୍ଟ୍ରୋଲର ମଧ୍ୟରେ ଦ୍ୱନ୍ଦ୍ୱ ଦେଖା ଦେଇଥିଲା। ଏଆର ଟ୍ରାଫିକ ବିମାନକୁ ୦୨ ରନ୍‌-ୱେରେ ଅବତରଣ କରିବାକୁ ନିର୍ଦେଶ ଦେଇଥିବାବେଳେ ପାଇଲଟ ବିମାନକୁ ରନ୍‌-ୱେ ୨୦ରେ ଅବତରଣ କରିବାକୁ ଶୁଣିଥିଲେ। ଫଳରେ ଶେଷ ମୁହୂର୍ତ୍ତରେ ବିମାନଟି ରନ୍‌-ୱେ ୦୨କୁ ଅତିକ୍ରମ କରି ରନ୍‌-ୱେ ୨୦ ଆଡ଼କୁ ମାଡ଼ି ଯାଇଥିଲା। ରନ୍‌-ୱେ ୨୦ରେ ପୂର୍ବରୁ ଅନ୍ୟ ବିମାନକୁ ଉଡ଼ାଣ ପାଇଁ ଅନୁମତି ମିଳି ଯାଇଥିବାରୁ ଏଆର ଟ୍ରାଫିକ କଣ୍ଟ୍ରୋଲର ପୁଣି ଥରେ ବାଂଲାଦେଶ ବିମାନ ପାଇଲଟଙ୍କୁ ରନ୍‌-ୱେ ନମ୍ବର ୨କୁ ଫେରାଇ ନେବାକୁ ତାଗିଦ୍‌ କରିଥିଲେ। ଶେଷ ମୁହୂର୍ତ୍ତରେ ପାଇଲଟଙ୍କୁ ଏଭଳି ସଙ୍କେତ ବିମାନର ଉଡ଼ାଣକୁ ପ୍ରଭାବିତ କରିଥିଲା। ଫଳରେ ବିମାନଟି ଦୁର୍ଘଟଣାଗସ୍ତ ହୋଇଥିଲା ବୋଲି ବ୍ଲାକ ବକ୍ସର ତଥ୍ୟ ଅନୁଯାୟୀ ଜଣାପଡ଼ିଛି।

Leave A Reply