www.samajalive.in
Monday, December 15, 2025
14.1 C
Bhubaneswar

ଅକ୍ଟୋବର ୨ରେ ନୂଆ ଦଳ ଶୁଭାରମ୍ଭ କରିବେ ପ୍ରଶାନ୍ତ କିଶୋର

ସମାଜ ଡିଜିଟାଲ ଡେସ୍କ: ବିଶିଷ୍ଟ ରାଜନୈତିକ ବିଶ୍ଳେଷକ ପ୍ରଶାନ୍ତ କିଶୋର ନିଜର ନୂଆ ଦଳ ‘ଜନ ସୂରାଜ’ ଗଠନ କରିଛନ୍ତି। ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ସେ ନିଜ ଦଳର ଶୁଭାରମ୍ଭ କରିବେ। ପଟନାସ୍ଥିତ ବାପୁ ସଭାଗାରରେ ରବିବାର ଦଳୀୟ ପଦାଧିକାରୀମାନଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଶାନ୍ତ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ସହିତ ସେ ଜୟ ବିହାର ଏବଂ ଜୟ-ଜୟ ବିହାର ଉପରେ ଆଲୋଚନା କରିଛନ୍ତି।

ପ୍ରଶାନ୍ତ ପଦାଧିକାରୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଆପଣମାନେ ମୋତେ ଏଠାକୁ ଭେଟିବାକୁ ଆସିନାହାନ୍ତି। କାରଣ ମୁଁ ଆପଣମାନଙ୍କୁ ଆପଣଙ୍କ ନିଜ ନିଜ ଗାଁରେ ଭେଟି ସାରିଛି। ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ପ୍ରାୟ ୧ କୋଟି ସଦସ୍ୟ ଦଳର ମୂଳଦୁଆ ପକାଇବେ। ସେ ଦଳର ନେତୃତ୍ଵ ନେବେ ନାହିଁ। କିନ୍ତୁ ନେତାମାନେ ନିଜ ନିଜ ନିର୍ବାଚନମଣ୍ଡଳୀରୁ ଚୟନ ହେବେ। ଯେଉଁମାନେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ଶକ୍ତିକୁ ମଜଭୁତ କରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories