www.samajalive.in
Monday, December 15, 2025
17.1 C
Bhubaneswar

ପିପିଲିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ପିପିଲି: ପିପିଲି ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌‌ଏସି) ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସମେତ ପୌର କର୍ମଚାରୀ ଓ ଅଞ୍ଚଳର ବରିଷ୍ଠ ସାମ୍ବାଦିକଙ୍କୁ ସଂବର୍ଦ୍ଧିତ କରାଯାଇଥିଲା।
ଗୁରୁବାର ସକାଳେ ପିପିଲି ପୌରାଞ୍ଚଳର ବିଭିନ୍ନ ସାହି, ବସ୍ତି ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟ କରାଯାଇଥିଲା । ପରେ ଅତିଥି ଭବନ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶିଶୁ ଉଦ୍ୟାନ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ଏନ୍‌‌ଏସି କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ପିପିଲି ପୌର ପରିଷଦ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଓଡିଆ ସଙ୍ଗୀତ ଆଲବମ୍‌‌କୁ ଲୋକାର୍ପିତ କରାଯାଇଥିଲା। ପରେ ପୌରାଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ, ପୌର ଉପାଧ୍ୟକ୍ଷାଙ୍କ ସମେତ ପରିଷଦର ସମସ୍ତ କାଉନ୍‌‌ସିଲର, କର୍ମଚାରୀ, ଅଧିକାରୀ, ବୁଦ୍ଧିଜିବୀ, ବରିଷ୍ଠ ନାଗରିକ, ସ୍ୱେଚ୍ଛାସେବୀ ଓ କ୍ରୀଡାବିତ୍‌‌ଙ୍କୁ ନେଇ ହାଟଛକ ଠାରୁ ଖଣ୍ଡିଆଗିରି ଗ୍ରାମ ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ରାସ୍ତାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସ୍ୱଚ୍ଛତା ସଂପର୍କରେ ସଚେତନ କରାଯାଇଥିଲା।

ଏହି ଅବସରରେ ପିପିଲି ପୌରାଧ୍ୟକ୍ଷ ସେକ୍‌‌ ବାବୁଙ୍କ ଅଧ୍ୟକ୍ଷତାରେ ଖଣ୍ଡିଆଗିରି ସ୍ଥିତ କ୍ରୀଷ୍ଣା ଗାର୍ଡେନ ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଯୋଗଦେଇ ପିପିଲି ଏନ୍‌‌ଏସିର ବିକାଶ ସଂପର୍କରେ ଆଲୋକପାତ କରିଥିଲେ। ଏଥିସହ ପିପିଲି ଏନ୍‌‌ଏସିରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ଶ୍ରୀମହାରଥୀ ସୂଚନା ଦେବା ସହ ପୌରାଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ ବିବରଣୀ ପାଠ କରିବା ଅବସରରେ ପୌରାଞ୍ଚଳକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା ଓ ସାଂସଦ ପ୍ରତିନିଧି ସେକ୍‌‌ ଆବିଦ ଉଦ୍ଦିନ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories