www.samajalive.in
Tuesday, December 9, 2025
15.1 C
Bhubaneswar

କମ୍ପାନୀ କୁକୁଡା ବିକ୍ରି ଅଭିଯୋଗରେ ୩ ଗିରଫ

ପିପିଲି: ଚୁକ୍ତିପତ୍ର ଖିଲାପ କରି ଏକ କଂପାନୀର ୨ହଜାର କୁକୁଡାକୁ ବଜାରରେ ବିକ୍ରି କରିଦେବା ମାମଲାରେ ପିପିଲି ପୁଲିସ ଆଜି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସିଉଳା ମାଟିଆପଡା ଗ୍ରାମର କୁକୁଡା ଫାର୍ମର ପ୍ରମୋଦ ପ୍ରଧାନ ଓରଫ ବଙ୍କୁ (୩୭), ନହଳାପଡା ଗ୍ରାମର ସୁବାଷ ଚନ୍ଦ୍ର ନାୟକ ଓରଫ ଧଡୁ (୩୬) ଓ ଭୁବନେଶ୍ୱର ବରଗଡ ଅଞ୍ଚଳରେ କୁକୁଡା ବ୍ୟବସାୟ କରୁଥିବା ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ଅନ୍ତର୍ଗତ ବାରହଳ ଗ୍ରାମର ଜାକିର ଖାଁ ଓରଫ କାଳୁ (୩୩)।

ପ୍ରାପ୍ତ ସୂଚନା ଅନୁଯାୟୀ, ଭୁବନେଶ୍ୱର ସ୍ଥିତ ସୁଗୁନା ଫୁଡ୍‍ସ୍‍ ପ୍ରା. ଲିଃ କମ୍ପାନୀ ପକ୍ଷରୁ ପିପିଲି ଅଞ୍ଚଳର ବିଭିନ୍ନ କୁକୁଡା ଫାର୍ମରଙ୍କୁ ଏଗ୍ରିମେଣ୍ଟ କରାଯାଇ କୁକୁଡା ଲାଳନପାଳନ କରିବାକୁ ଦିଆଯାଇଛି। ନିର୍ଦ୍ଧାରିତ ସମୟରେ କମ୍ପାନୀ କୁକୁଡାକୁ ନେଇ ଯାଉଥିବା ବେଳେ ଲାଳନପାଳନ ବାବଦରେ ଫାର୍ମରଙ୍କୁ ଅର୍ଥ ପଇଠ କରିଥାଏ। ତେବେ କମ୍ପାନୀ ସହ ଏଗ୍ରିମେଣ୍ଟ କରିଥିବା ସିଉଳା ମାଟିଆପଡା ଅଞ୍ଚଳର କୁକୁଡା ଫାର୍ମର ପ୍ରମୋଦ ପ୍ରଧାନ ଚୁକ୍ତି ଖିଲାପ କରି କଂପାନୀର ୨ହଜାର କୁକୁଡାଙ୍କୁ ବାହାରେ ବିକ୍ରି କରି ଦେଇଥିବା ସଂପର୍କରେ କମ୍ପାନୀର ଶାଖା ପରିଚାଳକ ସରୋଜ କୁମାର ମଙ୍ଗରାଜ ଗତ ଡିସେମ୍ବର ୨୦ ତାରିଖରେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତକାରୀ ଅଧିକାରୀ ଏସ୍‍ଆଇ ସଂଘମିତ୍ରା ଚାନ୍ଦ ଘଟଣାର ତଦନ୍ତ କରିଥିଲେ। ଅଭିଯୁକ୍ତ ପ୍ରମୋଦ କଂପାନୀର ୩୭୫୫ଟି କୁକୁଡାକୁ ନିଜ ଫାର୍ମରେ ପାଳନ କରିଥିବା ଓ ନିର୍ଦ୍ଧାରିତ ସମୟରେ ତାକୁ କମ୍ପାନୀକୁ ଫେରସ୍ତ କରିବା ପରିବର୍ତ୍ତେ ସେଥି ମଧ୍ୟରୁ ଗତ ଡିସେମ୍ବର ୧୮ ରାତିରେ ୨ହଜାର କୁକୁଡାକୁ ବାହାରେ ବିକ୍ରି କରିଥିବା ପୁଲିସର ତଦନ୍ତ ସମୟରେ ଜଣାପଡ଼ିଥିଲା। ଅଭିଯୁକ୍ତ ସୁବାଷ ନାୟକ ସହଯୋଗରେ ପ୍ରମୋଦ ଉକ୍ତ ୨ହଜାର କୁକୁଡାକୁ ଭୁବନେଶ୍ୱର ବରଗଡ ଅଞ୍ଚଳରେ ଚିକେନ ବ୍ୟବସାୟ କରୁଥିବା ଜାକିର ଖାଁଙ୍କୁ ବିକ୍ରି କରିଥିଲା। ଏବାବଦରେ କଂପାନୀର ୬ଲକ୍ଷ ଟଙ୍କା କ୍ଷତି ହୋଇଥିଲା। ଅଭିଯୁକ୍ତ କୁକୁଡା ଫାର୍ମର, ତାର ସହଯୋଗୀ ଓ କୁକୁଡା କିଣିଥିବା ଚିକେନ ବ୍ୟବସାୟୀକୁ ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦ ହଜାର ଟଙ୍କା ଜବତ କରି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories