www.samajalive.in
Tuesday, December 9, 2025
15.1 C
Bhubaneswar

ପିପିଲି ମଣ୍ଡଳସ୍ତରୀୟ ନିପୁଣ ଓଡ଼ିଶା ମିଶନ କର୍ମଶାଳା

ପିପିଲି: ସମଗ୍ର ଶିକ୍ଷା ପକ୍ଷରୁ ପିପିଲି ମଣ୍ଡଳସ୍ତରୀୟ ନିପୁଣ ଓଡ଼ିଶା ମିଶନ-୨୦୨୪ କର୍ମଶାଳା ସୋମବାର ସ୍ଥାନୀୟ ଦାଣ୍ଡମୁକୁନ୍ଦପୁରସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନିପୁଣ ଓଡ଼ିଶା ଲୋଗୋ, ସଂଗୀତ ଓ ଲିଫ୍‌‌ଲେଟ୍‌‌ ଉନ୍ମୋଚିତ ହୋଇଛି। ଏଥିରେ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି, ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶ୍ରେଣୀର ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ, ଏନଜିଓ ସଦସ୍ୟମାନେ ଯୋଗଦେଇଥିଲେ।

ଏହି ଅବସରରେ ପିପିଲି ବ୍ଲକ ଶିକ୍ଷାଧିକାରୀ ରବିନ୍ଦ୍ରନାଥ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡ଼ା, ଜବାହର ବିଦ୍ୟାପୀଠର ପ୍ରଧାନଶିକ୍ଷକ ପୀତବାସ ସେଠୀ, ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ପ୍ରତିଭା ଷଡଙ୍ଗୀ, ଏବିଇଓ ସାହେବ ପାତ୍ର ପ୍ରମୁଖ ଯୋଗଦେଇ ନୂତନ ଶିକ୍ଷାନୀତି-୨୦୨୦ ଓ ନିପୁଣ ଓଡ଼ିଶା ମିଶନ-୨୦୨୪ ସଂପର୍କରେ ଆଲୋକପାତ କରିବା ସହିତ ଏହାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷା ଅର୍ଜନ ସମୟରେ ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀଙ୍କ ମୂଳଦୁଆ କିପରି ମଜବୁତ ହୋଇପାରିବ ସେଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ। ୨୦୨୬-୨୭ ଶିକ୍ଷାବର୍ଷରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଯେପରି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ସମସ୍ତ ଦକ୍ଷତା ହାସଲ କରିପାରିବେ, ସେଦିଗରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଗୋଷ୍ଠୀ, ପଞ୍ଚାୟତ ପ୍ରତିନିଧି, ଶିକ୍ଷାଧିକାରୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋଚନା କରାଯାଇଥିଲା। ଗୋବିନ୍ଦପୁର କ୍ଲଷ୍ଟର ସିଆରସିସି ଚିନ୍ତାମଣି ଓଝା ସଭାକାର୍ଯ୍ୟକୁ ପରିଚାଳନା କରିଥିବାବେଳେ ଦାଣ୍ଡମୁକୁନ୍ଦପୁର କ୍ଲଷ୍ଟର ସିଆର୍‌‌ସିସି ରମେଶ ଚନ୍ଦ୍ର ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories