ପିପିଲି:ମହାମାରୀ କରୋନା ଯୋଗୁଁ ସମଗ୍ର ରାଜ୍ୟରେ ଦେଖାଦେଇଥିବା ରକ୍ତ ଅଭାବକୁୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପିପିଲି ନିର୍ବାଚନମଣ୍ଡଳୀର ଛାତ୍ର ବିଜେଡି ପକ୍ଷରୁ ସୋମବାର ପିପିଲିରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୀ ବ୍ଲଡ୍ ବ୍ୟାଙ୍କର କର୍ମଚାରୀମାନେ ଯୋଗଦେଇ ସାମାଜିକ ଦୂରତା ପାଳନ କରି ୬୦ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀଙ୍କ ନିର୍ଦ୍ଦେଶ କ୍ରମେ ତଥା ଛାତ୍ର ବିଜେଡିର ପିପିଲି ବ୍ଲକ ସଭାପତି ସୌମ୍ୟରଞ୍ଜନ ମହାପାତ୍ର, ଡେଲାଙ୍ଗ ବ୍ଲକ ସଭାପତି ସୁଦୀପ୍ତ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ପିପିଲି ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ଧରଣୀଧର ସାହୁ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ନାରାୟଣ ସ୍ୱାଇଁ, କିଶୋର ଛୋଟରାୟ, ମନୋଜ ଦାଶ, ସରପଞ୍ଚ ପ୍ରକାଶ କୁମାର ଧଳ, ଜିଲା ଜୀବନ ବିନ୍ଦୁ ସଂଯୋଜକ ସୁବାଶିଷ ଖୁଣ୍ଟିଆ, ରାଜ୍ୟ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ସମ୍ପାଦକ ଜ୍ୟୋତି ରଞ୍ଜନ ପୃଷ୍ଟି, ରଶ୍ମୀରଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସମସ୍ତ କାର୍ଯ୍ୟକାର୍ଯ୍ୟକୁ ପରିଚାଳନା କରିଥିଲେ।
Popular Categories



