www.samajalive.in
Sunday, December 7, 2025
26.1 C
Bhubaneswar

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁବାଟିକା ପ୍ରଦର୍ଶନୀ

ପିପିଲି: ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଶିଶୁବାଟିକା ପ୍ରଦର୍ଶନୀ ଅବସରରେ ଶିଶୁଙ୍କ ଦ୍ୱାରା ହାଟର ପ୍ରଦର୍ଶନୀ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁମାନେ ଫଳ, ପନିପରିବା, ଲୁଗାପଟା, ପ୍ରସାଧନ ସାମଗ୍ରୀ, ଖେଳଣା, ମାଟି ଉପକରଣ, ଗୃହ ଉପକରଣ, ଖାତା, ବହି, ଜଳଖିଆ ଦୋକାନ ଆଦି ପ୍ରଦର୍ଶନ କରିଥିଲେ। ନିଜ ଦୋକାନରେ ଥିବା ଜିନିଷଗୁଡିକ କେଉଁ କାର୍ଯ୍ୟରେ ଲାଗେ ସେ ସଂପର୍କରେ ଶିଶୁମାନେ ବୁଝାଇଥିଲେ। ଏହାକୁ ଦେଖିବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିଶୁପ୍ରେମୀଙ୍କ ବେଶ୍‌‌ ଭିଡ ପରିଲକ୍ଷିତ ହୋଇଥିଲା।

ଏହି ପ୍ରଦର୍ଶନୀକୁ ବିଦ୍ୟାମନ୍ଦିରର ପରିଚାଳନା କମିଟିର ସଂପାଦକ ଆଇନଜୀବୀ ରମାକାନ୍ତ ସାହୁ ଉଦ୍‌‌ଘାଟନ କରିଥିବା ବେଳେ ପରିଚାଳନା କମିଟିର ସଭାପତି ବିକ୍ରମ କେଶରୀ ସିଂ, ଉପସଭାପତି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପିକା ଅର୍ଚ୍ଚନା ସାହୁ, ଯୁଗ୍ମ ସଂପାଦକ ଶିକ୍ଷାବିତ୍‌‌ ରମାକାନ୍ତ ନାୟକ, କୋଷାଧ୍ୟକ୍ଷ ରାକେଶ ମହାପାତ୍ର, ସଦସ୍ୟ ଶଙ୍କର୍ଷଣ ପ୍ରଧାନ, କଳ୍ପନା ବେହେରା, ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ନେତ୍ରାନନ୍ଦ ଜେନା ପ୍ରମୁଖ ଯୋଗଦେଇ ଶିଶୁବାଟିକା ପ୍ରଦର୍ଶନୀର ଉଦ୍ଦେଶ୍ୟ ଓ ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ। ବରିଷ୍ଠ ଆଚାର୍ଯ୍ୟା ଅନ୍ନପୂର୍ଣ୍ଣା ଜେମା, ଶିଶୁ ବାଟିକା ପ୍ରମୁଖ ଜ୍ୟୋସ୍ନାରାଣୀ ମିଶ୍ର, ବରିଷ୍ଠ ଆଚାର୍ଯ୍ୟ ଲକ୍ଷ୍ମୀଧର ସାହୁ, ସୁଧାଂଶୁବାଳା ମହାନ୍ତି, ସବିତା ମହାନ୍ତି, ଶଶାଙ୍କ ଶେଖର ଦାଶ, ପ୍ରିତପ୍ରଜ୍ଞା ମିଶ୍ର, ମନୋରମା ମହାରଣା, ସସ୍ମିତା ମହାରଣା, ସବିତା ମାର୍ଥା, ଶର୍ମିିଷ୍ଠା ସାହୁ, ବିଷ୍ଣୁପ୍ରୀୟା ଡାଙ୍ଗୁଆ, ପ୍ରଭାସିନୀ ରଥ, ତନ୍ମୟୀ ଦାଶ, ବନଲତା ସେନାପତି ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories