କୃପାଜଳ ଯାନ୍ତ୍ରିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଭବାନୀ ଚରଣ ରଥଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ପିପିଲି:ଶିକ୍ଷା କ୍ଷେତ୍ରରେବିଶେଷ ଅବଦାନ ପାଇଁ କୃପାଜଳ ଶିକ୍ଷାନୁଷ୍ଠାନ ସମୁହ ତଥା କୃପାଜଳ ଯାନ୍ତ୍ରିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଭବାନୀ ଚରଣ ରଥଙ୍କୁ ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟରେ ବୈଷୟିକ ଶିକ୍ଷାର ବିକାଶ କ୍ଷେତ୍ରରେ ଶ୍ରୀ ରଥଙ୍କ ଦୂରଦୃଷ୍ଟି, ଅନନ୍ୟ ନେତୃତ୍ୱ ଓ ଭୂମିକା ଏକ ଉଦାହରଣ ସୃଷ୍ଟି କରିପାରିଛି। ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ତାଙ୍କର ଅବଦାନ ରାଜ୍ୟର ଯୁବ ଶସକ୍ତିକରଣ କ୍ଷେତ୍ରରେ ବେଶ୍‍ ସହାୟକ ହୋଇପାରିଛି। ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Comments are closed.