ଭକ୍ତ ଦାସିଆ ପୀଠରେ ମୁକ୍ତ ଚକ୍ଷୁ ପରୀକ୍ଷା ଶିବିର

ପିପିଲି: ଭୁବନେଶ୍ୱର ଲିଙ୍ଗିପୁର ସ୍ଥିତ ଶ୍ରୀଶ୍ରୀ ବଡ଼ଦା ହସ୍ପିଟାଲ ତଥା କମ୍ୟୁନିଟି ହେଲ୍‍ଥ ସେଣ୍ଟର ପକ୍ଷରୁ ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପିପିଲି ବ୍ଲକ୍‍ ଅନ୍ତର୍ଗତ ବାଲିଗାଁ ଠାରେ ଏକ ମୁକ୍ତ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଭକ୍ତ ଦାସିଆ ସ୍ମୃତି କମିଟି ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ଶ୍ରୀଶ୍ରୀ ବଡ଼ଦା ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ଶ୍ରୀକାନ୍ତ ମିଶ୍ର, ଚକ୍ଷୁ ବିଭାଗ ମୁଖ୍ୟ ଡା. ପ୍ରଜ୍ଞାପରମିତା ମହାନ୍ତି, ଚକ୍ଷୁରୋଗ ବିଶେଷଜ୍ଞ ଡା. ସବ୍ୟସାଚୀ ପଟ୍ଟନାୟକ, ଡାକ୍ତର ବିଜୟ କେତନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୯୦ଜଣ ଚକ୍ଷୁରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ କାଟ୍ରାକ୍ଟ ଚକ୍ଷୁରୋଗୀଙ୍କୁ ଚିହ୍ନଟ କରାଯାଇ ମାଗଣା ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନା ନିଆଯାଇଥିଲା। ଭକ୍ତ ଦାସିଆ ସ୍ମୃତି କମିଟିର ସାଧାରଣ ସଂପାଦକ ଡଃ ଘନଶ୍ୟାମ ସ୍ୱାଇଁ, ବରିଷ୍ଠ ଟ୍ରଷ୍ଟି ଅର୍ଜ୍ଜୁନ ଚରଣ ସାମଲ, ଆଞ୍ଚଳିକ କମିଟି ସଦସ୍ୟ ରମେଶ ଚନ୍ଦ୍ର ପ୍ରଧାନ, ପବିତ୍ର କୁମାର ମଲ୍ଲିକ, କୃଷ୍ଣ ଚନ୍ଦ୍ର ଲେଙ୍କା ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

kalyan agarbati

Comments are closed.