www.samajalive.in
Tuesday, December 9, 2025
15.1 C
Bhubaneswar

ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିଲା ଦନ୍ତ ଚିକିତ୍ସା ବିଭାଗ

ପିପିଲି:ପିପିଲି ବ୍ଲକର ପ୍ରମୁଖ ସରକାରୀ ଚିକିତ୍ସାଳୟ ତଥା ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରଥମଥର ପାଇଁ ନୂତନ କରି ଦନ୍ତ ଚିକିତ୍ସା ବର୍ହିଃ ବିଭାଗ (ଓପିଡି)ଖୋଲିଛି। ସୋମବାର ଏହାକୁ ପିପିଲି ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ବିନୟ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ। ଏଠାରେ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ରୋଗୀଙ୍କ ଦାନ୍ତ କାଢ଼ିବା ଠାରୁ ଆରମ୍ଭ କରି ରୁଟ୍‍ କେନାଲ ଅପରେସନ, ଦାନ୍ତ ସଫା, ଦାନ୍ତ ପୂଜ ଅପରେସନ ଓ ଦାନ୍ତ ଫିଲିଙ୍ଗ ଆଦି କରାଯିବ ବୋଲି ଡା.ପଣ୍ଡା ସୂଚନା ଦେଇଥିଲେ। ଏହା ଦ୍ୱାରା ପିପିଲି ବ୍ଲକର ଅଧିବାସୀ ତଥା ମଙ୍ଗଳପୁର ସିଏଚ୍‍ସି ଉପରେ ନିର୍ଭର କରୁଥିବା ରୋଗୀମାନେ ବିଶେଷ ଭାବେ ଉପକୃତ ହେବେ। ସପ୍ତାହର ପ୍ରତ୍ୟେକ ସୋମବାର ଠାରୁ ଶନିବାର ଯାଏଁ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏଠାରେ ଦନ୍ତ ରୋଗୀଙ୍କ ଚିକିତ୍ସା ବିନାମୂଲ୍ୟରେ କରାଯିବ ବୋଲି ଡା.ପଣ୍ଡା ସୂଚନା ଦେଇଛନ୍ତି। ଏହି ଉଦ୍‍ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦନ୍ତ ବିଶେଷଜ୍ଞ ଡା. ସମ୍ବିତ ଷଡଙ୍ଗୀ, ବରିଷ୍ଠ ଡା. ପ୍ରଜ୍ଞାନ ସିଦ୍ଧାର୍ଥ, ପୁରୀ ଜିଲା ଡିପିଏମଟି. ନାରାୟଣ ରାଓ, ଜିଲା ସହକାରୀ ପରିଚାଳକ (ଆଶା) ଅଶୋକ କୁମାର ସାହୁ, ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଡିଏମ୍‍ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିପିଏମ୍‍ ବିଜୟଲକ୍ଷ୍ମୀ ସାହୁ, ବିଏଏମ୍‍ ଜୟକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ପ୍ରଥମ ଦିନରେ ୧୫ରୁ ଉର୍ଦ୍ଧ ଦନ୍ତ ରୋଗୀଙ୍କ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories