www.samajalive.in
Monday, December 15, 2025
15.1 C
Bhubaneswar

ବିଜେପି କର୍ମୀଙ୍କ ସମେତ ପ୍ରଚାର ଗାଡି ଉପରେ ଆକ୍ରମଣ ଅଭିଯୋଗ, ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ପିପିଲି-ଜଟଣୀ ରାସ୍ତା ଅବରୋଧ

ପିପିଲି:ପିପିଲି ବ୍ଳକ ଅନ୍ତର୍ଗତ କଣ୍ଟି ପଞ୍ଚାୟତରେ ଆଜି ଜଣେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ସାଙ୍ଗକୁ ବିଜେପି ପ୍ରଚାର ଗାଡି ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀ ଯୁବକକୁ ତୁରନ୍ତ ଗିରଫ ଦାବିରେ ବିଜେପି କର୍ମୀମାନେ ବାରିମୂଳ ଛକ ନିକଟରେ ପିପିଲି-ଜଟଣୀ ରାସ୍ତାକୁ ଅଧଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରିଥିଲେ।

ପ୍ରାପ୍ତ ସୂଚନା ଅନୁଯାଇ, କଣ୍ଟି ବଜାର ଠାରେ ଆଜି ପୂର୍ବାହ୍ନ ସାଢେ ୧୦ଟା ସମୟରେ ଜନୈକ ବିଜେପି କର୍ମୀଙ୍କୁ ଅନନ୍ତପୁର ଗ୍ରାମର ଜଣେ ଯୁବକ ମାଡ ମାରିବା ସହ ତାଙ୍କ ପାଖରେ ଥିବା ୫ହଜାର ଟଙ୍କାକୁ ଛଡାଇ ନେଇଥିଲା। ଏହାପରେ ବାରିମୂଳ ଛକ ନିକଟରେ ବିଜେପିର ପ୍ରଚାର ଗାଡିକୁ ଉକ୍ତ ଆକ୍ରମଣକାରୀ ଜଣକ ଅଟକାଇ ଡ୍ରାଇଭରକୁ ମାଡମାରିବା ସହ ଗାଡିରେ ଲାଗିଥିବା ଦଳୀୟ ପ୍ରଚାର ବ୍ୟାନରକୁ ଚିରିଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଆକ୍ରମଣକାରୀ ଯୁବକଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିଜେପି କର୍ମୀମାନେ ବାରିମୂଳ ଛକ ନିକଟରେ ପିପିଲି-ଜଟଣୀ ମୁଖ୍ୟରାସ୍ତାକୁ ଦିନ ୧୦ଟା ୪୫ ମିନିଟ୍‍ରେ ଅବରୋଧ କରିଥିଲେ। ଖବର ପାଇ ପିପିଲି ଆଇଆଇସି ଅଭିମନ୍ୟୁ ନାୟକ ସେଠାରେ ପହଞ୍ôଚ ରାସ୍ତା ଅବରୋଧକାରୀଙ୍କ ସହ ଆଲୋଚନା କରିବା ସହ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଏନେଇ ପିପିଲି ପୁଲିସରେ ଦୁଇଟି ପୃଥକ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories