www.samajalive.in
Sunday, December 14, 2025
19.1 C
Bhubaneswar

ଦ୍ବିପକ୍ଷୀୟ ସମ୍ପର୍କ ମଜବୁତ ନେଇ ଆରମ୍ଭ ହେବ ନୂଆ ଅଧ୍ୟାୟ, ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆମେରିକା ଗସ୍ତରେ ଯିବେ। ଏ ନେଇ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ ୱାଶିଂଟନ୍‍ଠାରେ ଏକ ବୈଠକରେ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ଦ୍ୱିପକ୍ଷିୟ ସମ୍ପର୍କକୁ ମଜବୁତ କରିବା ଉପରେ ଆଲୋଚନା କରିବେ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ଆମେରିକା ରାଷ୍ଟ୍ରପତି ବାଇଡେନ୍‍ଙ୍କ ମଧ୍ୟରେ ଦ୍ୱିପକ୍ଷିୟ କଥାବାର୍ତ୍ତା ସମୟରେ ଧାର୍ମିକ କଠୋରପନ୍ଥୀ ଓ ସନ୍ତ୍ରାସବାଦର ମୁକାବିଲା ସମେତ ଆଫ୍‍ଗାନ ଘଟଣାବଳୀ ତଥା ବୃହତ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବାର ଆଶା କରାଯାଉଛି।

ଶ୍ରୀ ମୋଦୀ ଆମେରିକାର ଉପରାଷ୍ଟ୍ରପତି କମଲା ହାରିଶଙ୍କୁ ପ୍ରଥମେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକା, ଅଷ୍ଟ୍ରେଲିଆ ଓ ବ୍ରିଟେନ୍‍ ମଧ୍ୟରେ ସମ୍ପ୍ରତି ସ୍ୱାକ୍ଷରିତ ହୋଇଥିବା ନିରାପତ୍ତା ଭାଗିଦାରୀ ରାଜିନାମା ଦ୍ୱାରା କ୍ୱାର୍ଡ଼ ରାଷ୍ଟ୍ର ସମୂହ ଉପରେ କି ପ୍ରଭାବ ପଡ଼ିବ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀ ଶ୍ରୀଙ୍ଗଲା କହିଛନ୍ତି, ଅମେରିକା, ଅଷ୍ଟ୍ରେଲିଆ ଓ ବ୍ରିଟେନ୍‍କୁ ନେଇ ଗଠିତ ଦୁଇଟି ପୃଥକ ଗୋଷ୍ଠୀ ରହିଛି। ଆମେରିକାର ନେତାମାନଙ୍କ ସହ ଦ୍ୱିପକ୍ଷିୟ ବୈଠକ ସଙ୍ଗେ ସଙ୍ଗେ ଶ୍ରୀ ମୋଦୀ କ୍ୱାର୍ଡ଼ ବୈଠକରେ ମଧ୍ୟ ଯୋଗଦେବେ। ଜାପାନ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀମାନଙ୍କ ସହ ଶ୍ରୀ ମୋଦୀ ଦ୍ୱିପକ୍ଷିୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories