କେନାଲରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ପିପିଲି:ପିପିଲି ଥାନା କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନାରଣଖେତା ନିକଟବର୍ତ୍ତି ମାଣିତିରି ଠାରେ କଣାସ ମୁଖ୍ୟ କେନାଲ ମଧ୍ୟରୁ ଜଣେ ଅଚିହ୍ନା ଯୁବକର ମୃତଦେହକୁ ପିପିଲି ପୁଲିସ ଆଜି ଉଦ୍ଧାର କରିଛି। ମୃତକଙ୍କ ବୟସ ୨୫ରୁ ୩୦ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଥିବା ବେଳେ ସେ ଏକ ହଳିଦିଆ ରଙ୍ଗର ଗଞ୍ଜି ପିନ୍ଧିଥିବା ପରିଲକ୍ଷିତ ହୋଇଥିଲା। କେନାଲରେ ମୃତଦେହ ଭାସୁଥିବା ସଂପର୍କରେ ଖବର ପାଇ ପିପିଲି ଥାନା ଏଏସ୍‍ଆଇ ପ୍ରହଲ୍ଲାଦ ବରାଳ ଓ ପ୍ରକାଶ କୁମାର ମଲ୍ଲିକ ପ୍ରମୁଖ ସେଠାରେ ପହଞ୍ôଚ ଅଗ୍ନିଶମବାହିନୀ ସହାୟତାରେ ମୃତଦେହକୁ ଉଦ୍ଧାର କରିଥିଲେ। ଏନେଇ ପିପିଲି ପୁଲିସରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ମୃତକ ଜଣକ ମାନସିକ ବିକାରଗସ୍ତ ଯୁବକ ହୋଇଥିବା ଓ କିଛିଦିନ ଧରି ସ୍ଥାନୀୟ ଅଞ୍ଚଳରେ ସେ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ସୂଚନା ମିଳିଛି। ତେବେ ଶୌଚ ହେବା ସମୟରେ କୌଣସି କାରଣରୁ ସେ କେନାଲ୍‍ରେ ଭାସି ଯାଇ ମୃତ୍ୟୁବରଣ କରିଥିବା ନେଇ ପୁଲିସ ଅନୁମାନ କରୁଛି।

Comments are closed.