www.samajalive.in
Monday, December 8, 2025
16.1 C
Bhubaneswar

ପିପିଲିରେ ‘ଗୋପବନ୍ଧୁ ଜ୍ୟୋତି’କୁ ସମ୍ବର୍ଦ୍ଧନା

ପିପିଲି : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସୁଆଣ୍ଡୋ ସ୍ଥିତ ବାସଗୃହକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ କରାଯିବା ନିମନ୍ତେ ଦାବି ହୋଇଛି। ‘ସମାଜ’ ଅନୁଷ୍ଠାନ ପକ୍ଷରୁ ରାଜ୍ୟବ୍ୟାପି ପରିକ୍ରମା କରୁଥିବା ‘ଗୋପବନ୍ଧୁ ଜ୍ୟୋତି’କୁ ପିପିଲିର ଦାଣ୍ଡମୁକୁନ୍ଦପୁର ଠାରେ ସ୍ୱାଗତ କରାଯିବା ଅବସରରେ ଗୋପବନ୍ଧୁପ୍ରେମୀ ମାନେ ଏହି ଦାବି କରିଛନ୍ତି। ମଙ୍ଗଳବାର ଅପରାହ୍ନ ୩ଟା ସମୟରେ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ଠାରେ ‘ଗୋପବନ୍ଧୁ ଜ୍ୟୋତି’କୁ ସ୍ୱାଗତ କରାଯିବା ସହ ଉଚ୍ଛତ୍ସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକଙ୍କ ସମେତ ପିପିଲି ଅଞ୍ଚଳର ଅଗ୍ରଣୀ ନାଗରିକ ସଂଗଠନ ଜନସ୍ୱାର୍ଥ ସୁରକ୍ଷା ସମିତି, ଉତ୍କଳମଣି ସାମ୍ବାଦିକ ସଂଘ, ପିପିଲି ମହୋତ୍ସବ କମିଟିର କର୍ମକର୍ତ୍ତାଙ୍କ ସମେତ ଗୋପବନ୍ଧୁପ୍ରେମୀ ମାନେ ‘ଗୋପବନ୍ଧୁ ଜ୍ୟୋତି’କୁ ଦର୍ଶନ କରିବା ସହ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ସେମାନେ ଗୋପବନ୍ଧୁଙ୍କ ଦ୍ୱାରା ୧୯୧୯ ମସିହାରେ ପ୍ରତିଷ୍ଠିତ ଉକ୍ତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରିସରକୁ ଏକ ଶୋଭାଯାତ୍ରାରେ ରଥକୁ ପାଛୋଟି ନେଇଥିଲେ। ସେଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଲୋକସେବକ ମଣ୍ଡଳ, କଟକର ସମ୍ପାଦକ ଡ଼ ପ୍ରଭାସ ଆଚାର୍ଯ୍ୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲିଳାବତୀ ସ୍ୱାଇଁଙ୍କ ସମେତ ଉପସ୍ଥିତ ଗୋପବନ୍ଧୁପ୍ରେମୀମାନେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ପଥପ୍ରାନ୍ତ ସଭାରେ ଜନସ୍ୱାର୍ଥ ସୁରକ୍ଷା ସମିତିର ମୁଖ୍ୟ ସଂଯୋଜକ ଶିକ୍ଷାବିତ ସନ୍ତୋଷ କୁମାର ମିଶ୍ର, ବଂଶିଧର ଦାସ, ଚିତ୍ତରଞ୍ଜନ ସାହୁ, ପ୍ରସନ୍ନ କୁମାର ପତି, ଉତ୍କଳମଣି ସାମ୍ବାଦିକ ସଂଘର ସଭାପତି ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକ, ସମ୍ପାଦକ ବିଜୟ କୁମାର ମହାପାତ୍ର, ସଞ୍ଜୟ କୁମାର ପ୍ରଧାନ, ହେମନ୍ତ କୁମାର ସେଠୀ, ପିପିଲି ମହୋତ୍ସବ କମିଟିର ନୃସିଂହ ଚରଣ ସାହୁ, ମାନବାଧିକାର କର୍ମୀ ଶ୍ରୀଅଖଣ୍ଡ, ପିପିଲି ବିଶ୍ୱକର୍ମା ମହୋତ୍ସବ କମିଟିର ଅଧ୍ୟକ୍ଷ ମହେନ୍ଦ୍ର କୁମାର ମାଝୀ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ସେବା ଓ ତ୍ୟାଗପୂତ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ସ୍ଥିତ ବାସଗୃହକୁ ସରକାର ତୁରନ୍ତ ଜାତୀୟ ସମ୍ପତ୍ତି ରୂପେ ଅଧିଗ୍ରହଣ କରି ତାହାକୁ ଏକ ସ୍ମୃତିତୀର୍ଥରେ ପରିଣତ କରିବା ପାଇଁ ସେମାନେ ଦାବି କରିଥିଲେ। ପରେ ‘ଗୋପବନ୍ଧୁ ଜ୍ୟୋତି’କୁ ପାଛୋଟି ନିଆଯାଇଥିବା ବେଳେ ପିପିଲି ମୁଖ୍ୟବଜାର ଠାରେ କ୍ରାକ୍‍ କଂପୁଟର ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶିକା ନିର୍ଲିପ୍ତା ବୈଠାରୁଙ୍କ ସମେତ ଛାତ୍ରଛାତ୍ରୀ ମାନେ ‘ଗୋପବନ୍ଧୁ ଜ୍ୟୋତି’କୁ ଦର୍ଶନ କରିବା ସହ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପିପିଲିର ସମାଜ ପ୍ରତିନିଧି ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories