www.samajalive.in
Sunday, December 14, 2025
19.1 C
Bhubaneswar

ଶାନ୍ତି ଏବଂ ବିକାଶ ସପକ୍ଷରେ ପିପିଲିବାସୀ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପିପିଲି ଏନଏସିରେ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିବା ସହ ଜନସାଧାରଣଙ୍କୁ ବିଜେପିକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପିପିଲିର ସର୍ବାଙ୍ଗୀନ ବିକାଶ କରିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସବକା ‘ସାଥ୍-ସବକା ବିକାଶ-ସବକା ବିଶ୍ୱାସ’ ମନ୍ତ୍ରକୁ ସମସ୍ତେ ଗ୍ରହଣ କରିଛନ୍ତି। ପିପିଲିରେ ବିଜେପି ଆସିଲେ ହିଁ ଅଞ୍ଚଳର ବିକାଶ ହେବ, ଆଜିର ଏହି ଜନସମାଗମ ଏହାର ପ୍ରମାଣ କରୁଛି।

- Advertisement -

ଶ୍ରୀ ପ୍ରଧାନ ପୁଲିସ ଡ଼ିଜିଙ୍କ ସହ କଥା ହୋଇ ପିପିଲିରେ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ହେବା ନେଇ ନିବେଦନ କରିଥିବା କହିଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ମଧ୍ୟ ପିପିଲିରେ ଶାନ୍ତି ପ୍ରତିଷ୍ଠା ପାଇଁ ନିରପେକ୍ଷ ନିର୍ବାଚନ ହେବା ନେଇ ସେ ଆଶା ପ୍ରକାଶ କରିଛନ୍ତି। ମୋଦିଙ୍କ ମନ୍ତ୍ର- ସବ୍‌କା ସାଥ୍‌- ସବ୍‌କା ବିକାଶ- ସବ୍‌କା ବିଶ୍ୱାସ ମନ୍ତ୍ରରେ ବିଭିନ୍ନ ଯୋଜନାର ଲାଭ ସର୍ବସମାଜକୁ ମିଳୁ ଏବଂ ଏହି ନିର୍ବାଚନରେ ନିଷ୍ପତି ହେଉ ବୋଲି ସେ କହିଛନ୍ତି। ପିପିଲିରେ ଶାନ୍ତି ପ୍ରତିଷ୍ଠା ହେଲେ ମୋଦୀଙ୍କ ଏହି ମନ୍ତ୍ର ପୂରଣ ହୋଇପାରିବ।

ଅନ୍ୟପକ୍ଷରେ ପିପିଲିର ସବୁ ଭୋଟର ଭାଇ ଭଉଣୀ, ରାଜନୈତିକ ଦଳ ଓ ରାଜନୈତିକ ନେତୃତ୍ୱଙ୍କୁ ପିପିଲିରେ ଶାନ୍ତି ଆପଣାଇବା ପାଇଁ ସେ ବିନମ୍ର ଅନୁରୋଧ କରୁଛନ୍ତି। ସେ କହିଛନ୍ତି, ପିପିଲିରେ ଶାନ୍ତି ଆସିଲେ ଅଞ୍ଚଳର ବିକାଶ ହେବ ଓ ପ୍ରଗତି ହେବ। ଏଠାରେ ରୋଜଗାର ବଢ଼ିବ, ଦାରିଦ୍ର୍ୟ ମୁକ୍ତ ହେବ, ପିପିଲି ଚାନ୍ଦୁଆ ବିକ୍ରି ହେବ, କୃଷି ଉତ୍ପାଦିତ ସାମଗ୍ରୀ ବିକ୍ରି ହେବ ଏବଂ ଲୋକଙ୍କ ଭିତରେ ସମ୍ପନ୍ନତା ଆସିବ। ସେ କହିଛନ୍ତି, ସ୍ୱାଧୀନତାର ସବୁଠୁ ବଡ଼ ଉପଲବ୍ଧି ଗଣତନ୍ତ୍ର। ଶାନ୍ତି ଓ ଭାଇଚାରା ସବୁଠୁ ବଡ଼ ଉପଲବ୍ଧି। ମାତ୍ର ବିଗତ ୪୦ ବର୍ଷ ଧରି ପିପିଲିରେ ଶାନ୍ତି ନାହିଁ। ଏଠାରେ ଶାନ୍ତି ହଜି ଯାଇଛି। ଏହି ନିର୍ବାଚନରେ ସେ ପିପିଲିର ନାଗରିକମାନଙ୍କୁ ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରି ପିପିଲିରେ ଶାନ୍ତି ଫେରାଇ ଆଣିବା ପାଇଁ ଆହ୍ୱାନ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯୩୮ ମସିହାରେ ମହାତ୍ମା ଗାନ୍ଧି କସ୍ତୁରବାଙ୍କ ସହିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମହାଦେବ ଦେଶାଇ ପୁରୀ ଜିଲ୍ଲାର ପିପିଲି- ଡ଼େଲାଙ୍ଗ ତଥା ବେରବୋଇ ଅଞ୍ଚଳରେ ୮ ଦିନ ରହିଥିଲେ। ସେହି ସମୟରେ ତାଙ୍କ ସହ ଡଃ ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ରମା ଦେବୀ, ମାଳତୀ ଦେବୀ ଓ ଆଚାର୍ଯ୍ୟ ହରିହରଙ୍କ ଭଳି ଓଡ଼ିଶାର ତୁଙ୍ଗ ନେତୃତ୍ୱ ଥିଲେ। ପିପିଲିକୁ ଆମ ସଭ୍ୟତା, ମହାପ୍ରଭୁ ଜଗନ୍ନାଥ ତଥା ଓଡ଼ିଆ ସଂସ୍କୃତିର ମୁଖଶାଳା ବୋଲି କହିବା ସହ ଆମେ ଯେତେବେଳେ ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଛେ ସେହି ସମୟରେ ପୁରୀ ଜିଲ୍ଲା ପିପିଲିରେ ଉପନିର୍ବାଚନ ହେଉଛି ବୋଲି ସେ କହିଛନ୍ତି।

ଜନସାଧାରଣଙ୍କୁ ଶ୍ରୀ ପ୍ରଧାନ ନିଜ ପ୍ରଚାର କାଳରେ କହିଛନ୍ତି ଯେ, ପିପିଲିବାସୀ ଶାନ୍ତି ଏବଂ ବିକାଶ ପାଇଁ ଭୋଟ୍ ଦେବାକୁ ମନ ବଳାଇ ସାରିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ପ୍ରଧାନ ଆଜି ନୀଳାଚଳ କୃଷକ ମହାସଂଘର ସଦସ୍ୟମାନଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କୃଷି ନୀତି ଓ ବିଚାରଧାରାକୁ ସମର୍ଥନ କରି ଏହି ଉପନିର୍ବାଚନରେ ସେମାନେ ବିଜେପିକୁ ସମର୍ଥନ କରୁଥିବାରୁ ଶ୍ରୀ ପ୍ରଧାନ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବା ସମୟରେ ସେ ପୁରୀ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ଓ ବିକାଶମୂଳକ କାମ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories