www.samajalive.in
Sunday, December 7, 2025
26.1 C
Bhubaneswar

ପିପିଲି ଥାନା ପରିଦର୍ଶନ କଲେ ପୁରୀ ଏସ୍‍ପି

ପିପିଲି : ପୁରୀରେ ନୂତନ ଭାବେ ଯୋଗ ଦେଇଥିବା ଏସ୍‍ପି ଅଖିଳେଶ୍ୱର ସିଂହ ରବିବାର ପିପିଲି ଥାନା ଓ ପିପିଲି ଏସ୍‍ଡିପିଓଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି। ବିଭିନ୍ନ ଅଭିଯୋଗ ନେଇ ଥାନାକୁ ଆସୁଥିବା ବ୍ୟକ୍ତିଙ୍କୁ ସବୁବେଳେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ସେ ଉପସ୍ଥିତ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ଥାନାର ସିସିଟିଏନ୍‍ଏସ୍‍ ବ୍ୟବସ୍ଥା, ମାଲ୍‍ଖାନା, ମହିଳା ଓ ଶିଶୁ ଡେସ୍କ, ମୋ ସରକାର ବ୍ୟବସ୍ଥା, ଅଭ୍ୟର୍ଥନା ପ୍ରକୋଷ୍ଠ ଓ ଷ୍ଟାଫ୍‍ କ୍ୱାର୍ଟର ଆଦିକୁ ସେ ବୁଲି ଦେଖିଥିଲେ। ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କଠାରୁ ସେ ପିପିଲି ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତି ସଂପର୍କରେ ପଚାରି ବୁଝିଥିଲେ। ଅପରାଧିଙ୍କ ଉପରେ ତୀକ୍ଷ୍ମ ନଜର ରଖିବା ସହ ପାଟ୍ରୋଲିଂକୁ ଅଧିକ କଡାକଡି କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଥାନା ପରିସରରେ ଥିବା ଏସ୍‍ଡିପିଓଙ୍କ କାର୍ଯ୍ୟାଳୟକୁ ଏସ୍‍ପି ଶ୍ରୀ ସିଂହ ପରିଦର୍ଶନରେ ଯାଇ ସେଠାରେ ବିଭିନ୍ନ ଥାନାର ଆଇନଶୃଙ୍ଖଳା ପରିସ୍ଥିତି ସଂପର୍କରେ ଏସ୍‍ଡିପିଓ ଶ୍ରୀବରାଳଙ୍କ ଠାରୁ ପଚାରି ବୁଝିବା ସହ କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ଆଦି ସଂପର୍କରେ ମଧ୍ୟ ପଚାରି ବୁଝିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories