www.samajalive.in
Tuesday, December 9, 2025
23.1 C
Bhubaneswar

ବିଦେଶୀ ମଦ ଜବତ ; ୨ ଗିରଫ

ପିପିଲି : ମହାମାରୀ କରୋନା ଲକ୍‍ଡାଉନ୍‍ ସମୟରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ପିପିଲି ପୁଲିସ ଶନିବାର ବିଳମ୍ବିତ ରାତିରେ ସାତଶଙ୍ଖ ଅଞ୍ଚଳରେ ଚଢାଉ କରି ଦୁଇଜଣ ମଦ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବହୁ ପରିମାଣର ବିଦେଶୀ ମଦ ସମେତ ଏକ ବାଇକ୍‍କୁ ଜବତ କରିବାରେ ସଫଳ ହୋଇଛି। ଗିରଫ ଦ୍ୱୟ ହେଲେ ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ଯଶୁଆପୁର ଗ୍ରାମର ବିଜୟ କୁମାର ପରିଡା (୪୪) ଓ ପୀତବାସ ପରିଡା(୪୧)। ଗିରଫ ବିଜୟ ଏକ ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରେ ସେଲ୍ସ ମ୍ୟାନ୍‍ ଭାବେ ଚାକିରି କରୁଥିବା ପୁଲିସ ସୂଚନା ଦେଇଛି। ସାତଶଙ୍ଖ ଅଞ୍ଚଳରେ ଗତ କିଛିଦିନ ହେଲା ଚୋରା ମଦ ବେପାର ବୃଦ୍ଧି ପାଇଥିବା ନେଇ ପୁଲିସ୍‍କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଆଇଆଇସି ଶରତ କୁମାର ସାହୁ, ଏସ୍‍ଆଇ ସନ୍ଦୀପ କୁମାର ଦାସ, ଏଏସ୍‍ଆଇ ରବିନ୍ଦ୍ର କୁମାର ନାୟକ,ସାତଶଙ୍ଖ ଫାଣ୍ଡି ଅଧିକାରୀ ଦାୟିତ୍ୱରେ ଥିବା ଏଏସ୍‍ଆଇ ଶେଷଦେବ ସୁବୁଦ୍ଧି ପ୍ରମୁଖ ଗତକାଲି ରାତି ପ୍ରାୟ ସାଢେ ୨ଟା ସମୟରେ ସାତଶଙ୍ଖ ବଜାର ନିକଟ ଏରୋକମ୍‍ ଗଳି ରାସ୍ତାରେ ଚଢାଉ କରି ଉପରୋକ୍ତ ଦୁଇଜଣଙ୍କୁ ଧରିଥିଲେ। ସେମାନଙ୍କ ନିକଟରୁ ୭୫୦ଏମ୍‍ଏଲ୍‍ ବିଶିଷ୍ଟ୧୨ଟି ଦାମୀ ବ୍ରାଣ୍ଡର ବିଦେଶୀ ମଦ ବୋତଲ ଓ ୧୮୦ ଏମ୍‍ଏଲ୍‍ ବିଶିଷ୍ଟ ୪୮ଟି ମଦ ବୋତଲ ସମେତ ଏକ ବାଇକ୍‍ ଜବତ କରାଯାଇଥିଲା। ୭୫୦ ଏମ୍‍ଏଲ୍‍ ବିଶିଷ୍ଟ ମଦ ବୋତଲକୁ ସେମାନେ ୫ହଜାର ଟଙ୍କା ଦରରେ ଓ ୧୮୦ଏମ୍‍ଏଲ୍‍ ବିଶିଷ୍ଟ ମଦ ବୋତଲକୁ ସେମାନେ ୧୩ଶହରୁ ୧୫ଶହ ଟଙ୍କା ମଧ୍ୟରେ ଚୋରାରେ ଗ୍ରାହକଙ୍କୁ ବିକ୍ରି କରୁଥିବା ନେଇ ପୁଲିସ ସୂଚନା ଦେଇଛି। ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଦ୍ୱୟଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories