www.samajalive.in
Tuesday, December 9, 2025
26.1 C
Bhubaneswar

ତେଇସିପୁରରେ ବ୍ୟବସାୟୀଙ୍କୁ ହାଣି ଲୁଟିଲେ ଟଙ୍କା

ପିପିଲି : ଭୁବନେଶ୍ୱର ଜାତୀୟ ରାଜପଥରେ ଲୁଟିଆଙ୍କ ଆତଙ୍କ ବୃଦ୍ଧି ପାଉଥିବା ବେଳେ ସୋମବାର ରାତିରେ ଜଣେ ପରିବା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଓ ସୁନାଚେନ୍‍ ଲୁଟ୍‍ ହୋଇଛି। ତେଇସିପୁର ବଜାର ନିକଟରେ ଘଟିଥିବା ଏହି ଲୁଟ୍‍ ଘଟଣାର ଶିକାର ହୋଇଛନ୍ତି ପୋଡଙ୍ଗ ଗ୍ରାମର ନିରଞ୍ଜନ ନାୟକ ଓରଫ ବୁଲା (୪୮)। ତାଙ୍କୁ ଗୁରୁତର ଅବସ୍ଥାରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ପ୍ରାପ୍ତ ସୂଚନା ଅନୁଯାଇ, ନିରଞ୍ଜନ ପ୍ରତ୍ୟେକ ଦିନ ଭୁବନେଶ୍ୱରକୁ ପରିବା ନେଇ ଯାଇଥାନ୍ତି। ଆଜି ସେ ଭୁବନେଶ୍ୱରରୁ ପରିବା ବ୍ୟବସାୟ ସାରି ରାତି ପ୍ରାୟ ସାଢେ ୯ଟାରେ ଏକ ଅଟୋରେ ତେଇସିପୁର ବଜାରକୁ ଆସିଥିଲେ। ତେଇସିପୁର ବଜାର ଠାରୁ ମାତ୍ର ଶହେ ମିଟର ଦୂରରେ ରଖିଥିବା ନିଜ ବାଇକ୍‍ର ଚାବି ଖୋଲି ଘରକୁ ଯିବାକୁ ବାହାରିବା ସମୟରେ ହଠାତ୍‍ ୩ଜଣ ଦୁର୍ବତ୍ତ ଏକ ବାଇକ୍‍ରେ ପଛପଟୁ ଆସି ଏକ ଧାରୁଆ ଖଣ୍ଡାରେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ।

- Advertisement -

ଏଥିରେ ତାଙ୍କ ଡାହାଣ ହାତ, ଜଙ୍ଘ, ପିଚା, ବାମହାତ ଆଙ୍ଗୁଠି କଟି ଯାଇଥିବା ବେଳେ ସେ ରକ୍ତାକ୍ତ ହୋଇ ରାସ୍ତା ଉପରେ ପଡିଥିଲେ। ଦୁର୍ବୁତ୍ତମାନେ ତାଙ୍କ ଠାରୁ ସୁନାଚେନ୍‍, ରୂପା ବ୍ରେସ୍‍ଲେଟ୍‍ ଓ ୪୦ରୁ ୫୦ ହଜାର ଟଙ୍କା ଲୁଟିନେଇ ଫେରାର୍‍ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇବା ସହ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି। ଗତ ଶନିବାର ରାତିରେ ମଙ୍ଗଳପୁର ନିକଟରେ ସ୍କୁଟିରେ ଯାଉଥିବା ଜଣେ ବ୍ୟବସାୟୀଙ୍କୁ ସମାନ ଢଙ୍ଗରେ ମରଣାନ୍ତକ ଆକ୍ରମଣ କରି ଲୁଟେରାମାନେ ତାଙ୍କ ଠାରୁ ଟଙ୍କାଭର୍ତ୍ତି ବ୍ୟାଗ୍‍ ଛଡାଇ ନେଇଥିବା ବେଳେ ଗତକାଲି ସଂନ୍ଧ୍ୟାରେ ପିପିଲି ବାଇପାସ ରାସ୍ତାରେ ମଧ୍ୟ ଜଣଙ୍କ ଠାରୁ ଲୁଟ୍‍ ହୋଇଥିବା ସୂଚନା ମିଳିଛି। ଦିନକୁ ଦିନ ଏହି ଜାତୀୟ ରାଜପଥ ଉପରେ ଲୁଟ୍‍ ଘଟଣା ବୃଦ୍ଧି ପାଉଥିବା ବେଳେ ସାଧାରଣ ଲୋକେ ଏକୁଟିଆ ଯିବାକୁ ଆଉ ନିରାପଦ ମଣୁନଥିବା ସୂଚନା ମିଳିଛି।

Hot this week

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

Related Articles

Popular Categories