www.samajalive.in
Sunday, December 7, 2025
18.1 C
Bhubaneswar

ପାଇପ୍ ପାଣିରୁ ବଞ୍ଚିତ ଅଙ୍କୁରା ଗ୍ରାମର ଝପାସାହିବାସୀ

ପାଟଣା : ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅନ୍ତର୍ଗତ ଅଙ୍କୁରା ଗ୍ରାମର ଝପାସାହିବାସୀ ପିଇବା ପାଣି ଡହଳ ବିକଳ ହେଉଛନ୍ତି । ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ବର୍ଷେ ହେଲା ଗ୍ରାମରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ହୋଇଛି । ହେଲେ ପ୍ରକଳ୍ପ ଆରମ୍ଭ ହେବା ଦିନରୁ ଦିନେ ହେଲେ ଝପାସାହିକୁ ଜଳ ଯୋଗାଣ ହୋଇ ନ ଥିବା ସମ୍ପୃକ୍ତ ସାହିବାସୀ ଅଭିଯୋଗ କରିଛନ୍ତି। ଏଠାରେ ଥିବା ଗୋଟିଏ ନଳକୂଅ ଏହି ସାହିର ଶତାଧିକ ଲୋକଙ୍କ ପାନୀୟ ଜଳର ସାହାରା ପାଲଟିଛି। କିଛିଦିନ ହେଲା ଏହି ନଳକୂଅରୁ ଅଳ୍ପ ପାଣି ବାହାରୁଥିବାରୁ ଗରିଏ ପାଣି ପାଇଁ ମହିଳା ମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ବାଧ୍ୟ ହୋଇ ଅନ୍ୟ ସାହିରୁ ପାଣି ଆଣି ଶୋଷ ମେଣ୍ଟାଉଛନ୍ତି। ପ୍ରଚଣ୍ଡ ଖରାରେ ଏହି ସାହିର ପାଣି ସମସ୍ୟା ଦୂର ପାଇଁ ଲୋକେ ଅଭିଯୋଗ କରିଥିଲେ ସୁଦ୍ଧା ଏହାର ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ କରିଛନ୍ତି। ଯାନ୍ତ୍ରିକ ସମସ୍ୟା କାରଣରୁ ସେଠାକୁ ଜଳ ଯୋଗାଣ ହୋଇପାରୁ ନ ଥିବା ଟାଙ୍ଗରପଡା ସରପଞ୍ଚ ରଞ୍ଜୁଲତା ନାୟକ ପ୍ରକାଶ କରିଛନ୍ତି । ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories