ଆରଏସଏସ କାର୍ଯ୍ୟାଳୟରେ ବୋମା
ଭିଣ୍ଡ: ମଧ୍ୟପ୍ରଦେଶର ଭିଣ୍ଡସ୍ଥିତ ଏକ ଆବାସିକ ଅଞ୍ଚଳ ହନୁମାନ ବାଜରିଆରେ ଥିବା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) କାର୍ଯ୍ୟାଳୟରୁ ମିଳିଛି ପିନ୍ ବୋମା। ଶନିବାର ବିଳମ୍ବିତ ରାତିରେ ଏକ ପିନ୍ ବୋମା ମିଳିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏହି ବୋମା ଗ୍ରେନେଡ ବୋମା ପରି ଦେଖାଯାଉଛି। ରାତି ପ୍ରାୟ ୧୨ଟା ସମୟରେ କାର୍ଯ୍ୟାଳୟର ଦେଖାଶୁଣା କରୁଥିବା ସ୍ବୟଂ ସେବକ ରାମ ମୋହନଙ୍କ ସୂଚନା ଅଧାରରେ ଏସପି ଅସିତ ଯାଦବ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବୋମାର ଯାଞ୍ଚ ଆରମ୍ଭ କରିଥିଲେ। ଅଧିକାରୀମାନେ ବୋମାକୁ ଜବତ କରିଥିବା ଜଣାପଡ଼ିଛି।
Comments are closed.