www.samajalive.in
Monday, December 8, 2025
14.1 C
Bhubaneswar

ଦୀର୍ଘ ୧୫ବର୍ଷ ଧରି ରୋଗ ଯନ୍ତ୍ରଣାରେ ଛଟପଟ ଇନ୍ଦିରା, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଫୁଲବାଣୀ: ଦୀର୍ଘ ୧୫ ବର୍ଷ ଧରି ରୋଗ ଯନ୍ତ୍ରଣାରେ ଛଟ ପଟ ହୋଇ ଅସହାୟ ଅବସ୍ଥାରେ ରୋଗ ଶଯ୍ୟାରେ ପଡିରହିଛନ୍ତି ଜଣେ ୪୨ ବର୍ଷୀୟ ବିବାହିତ ମହିଳା। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତର ୧୦ ନମ୍ବର ୱାର୍ଡ ଗେରୁପଡା ଗାଁରେ। ଦୀର୍ଘ ୨୦ ବର୍ଷ ପୂର୍ବରୁ ଇନ୍ଦିରା ଗେରୁପଡା ଗାଁର ପାମର ବେହେରାଙ୍କୁ ବିବାହ କରିଥିଲେ। ବିବାହ ପରେ ୪ରୁ ୫ ବର୍ଷ ବହୁ ସୁରୁଖୁରୁରେ ଘର ସଂସାର ଚାଲିଥିଲା। ଏଥି ମଧ୍ୟରେ ଗୋଟିଏ ଝିଅ ଓ ଗୋଟିଏ ପୁଅ ମଧ୍ୟ ଜନ୍ମ ହୋଇଥିଲା। କିନ୍ତୁ ଏହାପରେ ଇନ୍ଦିରାଙ୍କ ଉପରେ ଅକାଳ ଚଡକ ପଡିଲା ଭଳି ମାଡ଼ି ବସିଲା ଅଜଣା ରୋଗ। ଏଥିପାଇଁ ସାରଙ୍ଗଡ଼ ମେଡିକାଲ, ଫିରିଙ୍ଗିଆ ମେଡିକାଲ ଓ ପରେ ପୁରୀ ମେଡିକାଲରେ ଚିକିତ୍ସା କରାଇ ବିଭିନ୍ନ ବଡ଼ ମେଡିକାଲରେ ଚିକିତ୍ସା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରୋଗ ମୁକ୍ତ ହୋଇ ପାରିନାହାନ୍ତି ଇନ୍ଦିରା।

ପାମରଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ କାଠ ଆଣି ବିକ୍ରି କରିବା ସହ କୁଲି ମଜୁରୀ କରି ଯାହା ମିଳୁଛି ସେଥିରେ ପରିବାର ଚଳିବା କଷ୍ଟ ସାଧ୍ୟ ହୋଇ ପଡ଼ିଥିବା କହିଛନ୍ତି ପାମର ବେହେରା। ବଡ଼ ଝିଅ ସାକମ୍ବରୀ ବେହେରାଙ୍କ ବିବାହ ହୋଇ ସାରିଛି। ଘରର ଅସୁବିଧା ଦୃଷ୍ଟିରୁ ପୁଅ ମଧ୍ୟ ଘରେ ପାଠପଢ଼ି ନପାରି କମ ବୟସରୁ ଅନ୍ୟତ୍ର କୁଲି ମଜୁରୀ କରୁଥିବା କହିଛନ୍ତି ପାମର। ବାରମ୍ବାର ଡାକ୍ତରଖାନାରେ ଦେଖାଇଥିଲେ ମଧ୍ୟ କୌଣସି ରୋଗ ଜଣା ପଡୁନଥିବା କହିଛନ୍ତି ପାମର। ତେବେ ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ବିଭିନ୍ନ ସୁବିଧା ସତେ ଯେମିତି ଇନ୍ଦିରାଙ୍କ କ୍ଷେତ୍ରରେ ମିଳିପାରୁ ନାହିଁ, ଯାହା ଦ୍ୱାରା ଯେତିକି ଟଙ୍କା ଥିଲା ତାହା ଖର୍ଚ୍ଚ ହୋଇସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ସୁସ୍ଥ ହୋଇ ପାରିନାହାନ୍ତି ଇନ୍ଦିରା। ଏବେ ଯାହା ରୋଜଗାର ହେଉଛି ନିଜେ ଚଳିବା କଷ୍ଟ ହୋଇ ପଡ଼ିଥିବାବେଳେ ନିଜର ଘର ଖଣ୍ଡିଏ ନଥିବାରୁ ଛୋଟ ଏକ କୁଡ଼ିଆରେ ଜୀବନ ବିତୁଛି। ବର୍ଷ ତମାମ ସ୍ତ୍ରୀର ସେବା କରି କରି ବାହାରେ କୁଲି ମଜୁରୀ କରିବା ମଧ୍ୟ କଷ୍ଟ ହୋଇ ପଡୁଛି। ସକାଳୁ ଗାଧୋଇଦେବାଠାରୁ ରୋଷେଇ ଏମିତିକି ସବୁ କାମ ନିଜେ ପାମରଙ୍କୁ କରିବାକୁ ପଡୁଛି, ଯଦ୍ୱାରା ଚିକିତ୍ସା କରିବା ଅସମ୍ଭବ ହୋଇ ପଡୁଛି। ତୁରନ୍ତ ସରକାରଙ୍କ ତରଫରୁ ଘର ଖଣ୍ଡିଏ ଏବଂ ସ୍ତ୍ରୀର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ନିଜେ ପାମର ଆକୁଳ ନିବେଦନ କରିଥିବାବେଳେ ପଡ଼ୋଶୀ ଓ ଗ୍ରାମବାସୀ ମଧ୍ୟ ଇନ୍ଦିରାଙ୍କୁ ସରକାରଙ୍କ ତରଫରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories