www.samajalive.in
Monday, December 15, 2025
27.1 C
Bhubaneswar

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ

ଫୁଲବାଣୀ:  କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ମୁସୁଳିପାଙ୍ଗା ପଞ୍ଚାୟତ ଅଧୀନରେ ଥିବା କଡ଼ିସରୁ ଗାଁ ନିକଟରେ ମଙ୍ଗଳବାର ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହେବା ଫଳରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି।  ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ବବଡିଙ୍ଗିଆ ଗାଁର ଭାସ୍କର କହଁରଙ୍କ ପୁଅ ଲମ୍ବୋଦର କହଁର ବୋଲି ଜଣାପଡିଛି।
ସୂଚନା ଅନୁସାରେ ଆଜି ସକାଳୁ ଲମ୍ବୋଦର ନିଜ ବାଇକରେ କୌଣସି କାମରେ ଗୋଛାପଡା ଅଂଚଳକୁ ଯାଇଥିଲେ। ସେଠାରୁ  ଜଣେ ସମ୍ପର୍କୀୟ ଭଉଣୀଙ୍କୁ ସାଙ୍ଗରେ ନେଇ ନିଜ ଗାଁ ବାବଡିଙ୍ଗିଆକୁ ଫେରୁଥିଲେ। ଗୋଛାପଡା ଫିରିଙ୍ଗିଆ ମୁଖ୍ୟ ରାସ୍ତାର କଡ଼ିସରୁ ଗାଁ ନିକଟ ରାସ୍ତା କଡରେ ବାଇକଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଫଳରେ ଲମ୍ବୋଦର ଗୁରୁତର ଆହତ ହୋଇଥିଲେ।  ଘଟଣା ସ୍ଥଳରୁ ଅଗ୍ନିଶବ ବାହିନୀଙ୍କ ସହାୟତାରେ ଆମ୍ବୁଲାନ୍ସ ଦ୍ୱାରା ଗୁରୁତର ଆହତ ଲମ୍ବୋଦରଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories