ଜଳୁଛି ରାଜସ୍ଥାନ, ଚୁରୁରେ ସର୍ବାଧିକ ତାପମାତ୍ରା ୫୦.୫ ଡିଗ୍ରୀ ରେକର୍ଡ

ନୂଆଦିଲ୍ଲୀ: ଦେଶର ରାଜସ୍ଥାନର ଚୁରୁ ସହରରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି।  ରାଜସ୍ଥାନରେ ଚୁରୁରେ ସର୍ବାଧିକ ତାପମାତ୍ରା ୫୦.୫ ଡିଗ୍ରି ରେକର୍ଡ କରାଯାଇଛି ଏବଂ ଏହା ଦେଶର ସବୁଠୁ ଉତ୍ତପ୍ତ ସରହ ପାଲଟିଛି।  ସେହିପରି ଗଙ୍ଗାସାଗରରେ ୪୯.୪, ପିଲାନି ଓ ଫଲୋଡିରେ ୪୯, ବିକାନେରରେ ୪୮.୩, କୋଟାରେ ୪୮.୨ ଓ ଜୟସଲମେରରେ ୪୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

prayash

ଏଠାରେ ସୂଚନା ଯୋଗ୍ୟ ଯେ  ଏହା ପୂର୍ବରୁ ରାଜସ୍ଥାନର ଚୁରୁରେ ସର୍ବାଧିକ ତାପମାତ୍ରା ୫୦.୮ ଡିଗ୍ରୀ ରେକର୍ଡ ହୋଇଥିଲା। ଏହା ୫ ବର୍ଷ ପୂର୍ବରୁ ଅର୍ଥାତ ୨୦୧୯ ଜୁନ୍‌ ୧ ତାରିଖରେ ଅନୁଭୂତ ହୋଇଥିଲା।

Comments are closed.