www.samajalive.in
Saturday, December 13, 2025
14.1 C
Bhubaneswar

ପିଇବା ପାଣିରେ ଗାଡି ଧୋଇଲେ ୫ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ : ଯଦି ପିଇବା ପାଣିରେ ଆପଣ ଗାଡି ସଫା କରୁଛନ୍ତି ତେବେ ଆପଣ ହଇରାଣରେ ପଡିପାରନ୍ତି । ଏମିତି କଲେ ଆପଣଙ୍କୁ ଭାରି ଜରିମାନା ଭରିବାକୁ ପଡିପାରେ । ଗୁରୁଗ୍ରାମରେ ପାନୀୟ ଜଳରେ କାର୍ ଧୋଇଲେ ୫ ହଜାର ଟଙ୍କାର ଜରିମାନା ଲାଗିପାରେ । ଗୁରୁଗ୍ରାମର ଏମସିଜି ଏନେଇ ଘୋଷଣା କରିଛି କି ଅଞ୍ଚଳରେ ଗମ୍ଭୀର ଜଳ ସଙ୍କଟ ମଧ୍ୟରେ ଲୋକମାନେ ଜଳ ନଷ୍ଟ କରିବାକୁ ଚେଷ୍ଟା କଲେ ସେମାନଙ୍କୁ ଜରିମାନା ଭରିବାକୁ ପଡିପାରେ । ଦିଲ୍ଲୀ-ଏନସିଆର ଆଇଟି ହବରେ ଅନେକ ଘରୁ ପାଣି ସପ୍ଲାଇରେ ହ୍ରାସ ନେଇ ଅଭିଯୋଗ ହୋଇଆସୁଥିଲା ।

ଗୁରୁଗ୍ରାମର ନଗର ନିଗମ ଲୋକଙ୍କୁ ପ୍ରତିଦିନ ସକାଳ ୫ଟାରୁ ୯ଟା ମଧ୍ୟରେ ନିଜ ଗାଡିକୁ ପିଇବା ପାଣିରେ ନଧୋଇବା ପାଇଁ ଆଗ୍ରହ କରିଛି । ଯଦି ଲୋକମାନେ ଏହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ଏମସିଜି ଗୁରୁଗ୍ରାମର ଅଧିବାସୀଙ୍କ ଉପରେ ୫ ହଜାର ଟଙ୍କା ଜରିମାନା ଲଗାଇବ ।

ଏହି ସ୍ଥାନରେ ରଖନ୍ତୁ ଶଙ୍ଖ, ଟଙ୍କାରେ ଭରିଯିବ ଘର

- Advertisement -

ନଗର ନିଗମ ସୂଚନା ଅନୁସାରେ ଗୁରୁଗ୍ରାମର କିଛି ଅଂଶରେ ସପ୍ଲାଇ ଲାଇନରେ ସିଧା ରୂପେ ମୋଟର ଏବଂ ପମ୍ପକୁ ବଡ ପରିମାଣରେ ଲଗାଯିବା ଫଳରେ ମଧ୍ୟ ଜଳ ସଙ୍କଟ ସୃଷ୍ଟି ହୋଇଛି । ଏହି ଉଲ୍ଲଙ୍ଘନ ଯୋଗୁଁ ଅନେକ ସମୟରେ ମେନ୍ ସପ୍ଲାଇ ଲାଇନରୁ ପାଣିର ଚାପ କମ୍ ହୋଇଯାଉଛି । ଏମସିଜିର କମିଶନର ନରହରୀ ସିଂହ ବାଙ୍ଗର କହିଛନ୍ତି କି ନଗର ନିଗମ ଗୁରୁଗ୍ରାମରେ ଅନଧିକୃତ କାର୍ ସଫା କେନ୍ଦ୍ରରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏଭଳି କେନ୍ଦ୍ରକୁ ସିଲ୍ କରିଦିଆଯିବ ଏବଂ ପାଣି କନେକ୍ସନ କାଟିଦିଆଯିବ । ନିକଟରେ ବେଙ୍ଗାଲୁରୁରେ ମଧ୍ୟ ଭୀଷଣ ଜଳ ସଙ୍କଟ ଦେଖାଯାଇଥିଲା । ରାଜ୍ୟରେ ଜଳ ବୋର୍ଡର ନିଷ୍ପତ୍ତି ଉଲ୍ଲଙ୍ଘନ କରି କାର୍ ଧୋଇବା ପାଇଁ ପିଇବା ପାଣି ବ୍ୟବହାର କଲେ ସହରର ନଗର ନିଗମ ୫ ହଜାର ଟଙ୍କା ଜରିମାନା ଲଗାଇବ ବୋଲି କହିଥିଲା ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories