ଅହମଦୀୟା ମୁସଲିମ ସମ୍ପ୍ରଦାୟରେ  ଖିଲାଫତ ଦିବସ ପାଳିତ

ଭୁବନେଶ୍ୱର: ଅହମଦୀୟା ସଂପ୍ରଦାୟ ଭୁବନେଶ୍ୱର ପକ୍ଷରୁ ୧୧୬ତମ ଖିଲାଫତ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ୟୁନିଟ -୪ ସ୍ଥିତ ମସଜିଦ ହମଦରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମର ଆରମ୍ଭ ନମାଜ ତହଜୁଦରୁ କରାଯାଇଥିଲା। ପରେ ଫଜର ନମାଜ ପାଠ, ପବିତ୍ର କୋରାନର , ସାମୂହିକ କୋରାନ ଆବୃତ୍ତି, ସାମୂହିକ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା।

ସନ୍ଧ୍ୟାରେ ନମାଜ ମଗରିଵ୍ ଓ ଇଶା ପରେ ଅହମଦୀୟା ସଂପ୍ରଦାୟ ଭୁବନେଶ୍ୱର ଅଧକ୍ଷ ଜନାବ ମହମ୍ମଦ ନୁରୁଦ୍ଦିନ୍ ଅମିନ ସାହିବଙ୍କ ତତ୍ତ୍ବାବଧାନରେ ଧର୍ମସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭ ପବିତ୍ର କୁରାନର ପଠାରୁ କରାଯାଇଥିଲା।ଏହାପରେ କବିତା ଆବୃତି ଓ ଏହି ଅବସର ଉପଲକ୍ଷେ ବିଭିନ୍ନ ଭାଷଣ ଉପସ୍ଥାପିତ କରାଯାଇଥିଲା। ଅହମଦିୟା ମୁସଲିମ ସଂପ୍ରଦାୟ ଭୁବନେଶ୍ୱର ମୁଖ୍ୟ ପ୍ରଚାରକ ଜନାବ ହଲିମ ଖାନ ନିଜ ଭାଷଣରେ ଏହା ବର୍ଣ୍ଣନା କରି କହିଥିଲେ ଯେ “ଖିଲାଫତର ଅର୍ଥ ହେଲା କୌଣସି ଅବତାର ବା ଯୁଗସଂସ୍କାରକ ଅଥବା ନବି, ରସୁଲଙ୍କ ମରଣାନ୍ତେ ତାଙ୍କ କାର୍ଯ୍ୟକୁ ଐଶୀ ଆଦେଶାନୁଯାୟୀ ଆଗକୁ ବଢ଼ାଇବା। ଯେପରି ପୈଗମ୍ବର ହଜରତ ମୁହମ୍ମଦ (ସ୍ଵଆୱା)ଙ୍କ ପରେ ଇସଲାମ ଇତିହାସରେ ହଜରତ ଅବୁବକର ସିଦ୍ଦିକ୍, ହଜରତ ଉମର ଫାରୁକ୍, ହଜରତ ଉସ୍‌ମାନ ଗନି ଏବଂ ହଜରତ ଅଲ୍ଲି ଇସ୍‌ଲାମୀୟ ଖିଲାଫତର କାର୍ଯ୍ୟଭାରକୁ ତୁଲାଇଥିଲେ । ଖିଲାଫତର ପଦବୀରେ ଅଧିଷ୍ଠିତ ମହାପୁରୁଷକୁ ଖଲିଫା କୁହାଯାଏ। ଖଲିଫା ପଦବୀ ପାଇଁ କେବଳ ଈଶ୍ୱର ହିଁ ଜଣେ ଏକେଶ୍ଵର ବିଶ୍ଵାସୀ, ସତ୍ୟନିଷ୍ଠ ଓ ଧର୍ମପରାୟଣ ବ୍ୟକ୍ତିକୁ ଚୟନ କରିଥାନ୍ତି ।

prayash

ଇସଲାମୀୟ ଖିଲାଫତ ବ୍ୟବସ୍ଥାର ପରିସମାପ୍ତି ପରେ ପୈଗମ୍ବର ହଜରତ ମୁହମ୍ମଦ(ସ୍ଵଆଓ୍ବା)ଙ୍କ ଭବିଷ୍ୟତବାଣୀ ଅନୁଯାୟୀ ୧୪୦୦ ବର୍ଷ ପରେ ଅହମଦୀୟା ମୁସଲିମ ସମାଜରେ ଖିଲାଫତର ସୁବ୍ୟବସ୍ଥା ଯୁଗସଂସ୍କାରକ ହଜରତ ମିର୍ଜା ଗୁଲାମ ଅହମଦ (ଆ:ସ)ଙ୍କ ବିୟୋଗ ପରେ ୨୭ ମଇ ୧୯୦୮ ମସିହାରେ ଅହମଦୀୟା ଖିଲାଫତର ସୂତ୍ରପାତ ହୋଇଥିଲା। ବର୍ତମାନ ଏହି ସଂସ୍ଥାର ପଞ୍ଚମ ଖାଲିଫା ହଜରତ ମିର୍ଜା ମସରୁର ଅହମଦଙ୍କ ତତ୍ୱାବଧାନରେ ଅହମଦିୟା ଜମାତ ବିଶ୍ୱର ୨୦୦ ରୁ ଉର୍ଦ୍ଧ ଦେଶରେ ବିଶ୍ୱ ଶାନ୍ତି ଓ ଭାତୃତ୍ୱ ଭାବ ସ୍ଥାପନ ଓ ମାନବ ସେବା କ୍ଷେତ୍ରରେ ନିରନ୍ତର କାମ କରୁଛି ।

କାର୍ଯ୍ୟକ୍ରମକୁ ମୁଖ୍ୟ ପ୍ରଚାରକ ହାଲିମ ଖାନ୍, ଅହମଦ ସଲାମ ପ୍ରମୁଖ ଯୁବ ସଂଗଠନ ଅହମଦୀୟା ମୁସଲିମ ସମ୍ପ୍ରଦାୟ ଭୁବନେଶ୍ୱର, ନିଜାମୁଦ୍ଦିନ ଖାନ, ସମିମି ଅହମଦ , ଅବଦୁର ରହମାନ , ତାହିର ଅହମଦ ଖାନ , ମୁବାରକ୍ ଅହମଦ,ଅବଦୁଲ ସଲାମ, ଆଲିମ୍ ଅହମଦ ଏବଂ ଅନେକ ସଂସ୍ଥାର ଯୁବକ ଓ ପିଲାମାନେ ସଫଳ କରିବା ପାଇଁ ଚେଷ୍ଠା କରିଥିଲେ ।

Comments are closed.