nua o banner

ଗର୍ଭବତୀଙ୍କ ଆସ୍ଥାଭାଜନ ହୋଇପାରିଛି କଟ୍ରିଙ୍ଗିଆ ମାତୃଗୃହ

BSKY banner  750×100

ଫୁଲବାଣୀ:ଶିଶୁ ଓ ମାତୃ ମୃତ୍ୟୁ ହାରକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା କାର୍ୟ୍ୟକାରୀ କରି ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଦ୍ୱାରା ଶେବା ଯୋଗାଇବା ପାଇଁ ଚେଷ୍ଟା ଜାରିରଖିଥିବା ବେଳେ ଓଡ଼ିଶାରେ ମାତୃଗୃହ ପ୍ରକଳ୍ପ ସେଥିମଧ୍ୟରୁ ଅନ୍ୟତମ ଓ ଆଦିବାସୀ ଅଧିସୁତ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନଙ୍କ ମିଳିତ ସହଯୋଗରେ ବିଭିନ୍ନ ସ୍ଥାନରେ ମା ଗୃହ ସ୍ଥପନ କରି ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ପରିଚାଳିତ କରିଆସୁଛନ୍ତି। ସ୍ବେଛାସେବୀ ଅନୁଷ୍ଠାନ ସ୍ଵାତି ଜିଲ୍ଲାର ତିନିଗୋଟି ବ୍ଲକରେ ଏହି କାର୍ୟ୍ୟକ୍ରମ ହାତକୁ ନେଇଥିବା ବେଳେ ଫୁଲବାଣୀ ବ୍ଲକର କଟ୍ରିଙ୍ଗିଆ ହେଉଛି ଅନ୍ୟତମ। ଏହି ମା ଗୃହକୁ ୧୧ ଗୋଟି ପଞ୍ଚାୟତ ର ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳା ମାନେ ସେମାନଙ୍କର ସମ୍ଭାବ୍ୟ ପ୍ରସବର ୭ରୁ ୧୫ ଦିନ ଆଗରୁ ଆସି ଅବସ୍ଥାପିତ ହୋଇଥାନ୍ତି ଏବଂ ଅନୁଷ୍ଠାନିକ ପ୍ରସବ ନିମନ୍ତେ ଅପେକ୍ଷା କରିଥାନ୍ତି।

ଏଠାରେ ଏକକାଳୀନ ୬ ଜଣ ମା ଓ ତାଙ୍କର ସହାୟକ ସହାୟିକା ରହିବାପାଇଁ ବ୍ୟବସ୍ଥା ଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ କାର୍ୟ୍ୟକ୍ରମ ପରିଚାଳକଙ୍କ ଦ୍ୱାରା ଦଶଗୋଟି ବେଡ଼ ଯୋଗାଇ ଦିଆଯାଇଛି ଓ ଗର୍ଭବତୀ ମା ମାନଙ୍କର ଦେଖାଶୁଣା ନିମନ୍ତେ ସ୍ୱାସ୍ଥ୍ୟକର୍ମୀ ଗୀତାଞ୍ଜଳି ମୁଖି ତିନିଜଣ ମହିଳା ସ୍ୱାସ୍ଥ୍ୟ ସେବିକା ସସ୍ମିତା ବେହେରା , ସୁଲୋଚନା କହଁର ଓ ରମେଶ୍ୱରୀ ଦିଗାଲଙ୍କ ସହ ଜଣେ ରୋଷେଇଆ ଙ୍କୁ ଏହି ମା ଗୃହରେ ନିଯୁକ୍ତି ଦିଆଯାଇଛି ଓ ଏମାନଙ୍କ ମାଧ୍ୟମରେ ଗର୍ଭବତୀ ମା ମାନଙ୍କୁ ରହଣି ବ୍ୟବସ୍ଥା ସହିତ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସୁଷମ ଖାଦ୍ୟର ବ୍ୟବସ୍ଥା ସଠିକ ବିଶ୍ରାମ ସାଥିରେ ଆସିଥିବା ଛୋଟ ପିଲାଙ୍କ ପାଠପଢ଼ାରେ ବ୍ୟବସ୍ଥା ସହିତ ଅଭିଜ୍ଞ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଶିକ୍ଷା ନିୟମିତ ଭାବରେ ଦିଆଯାଉଛି ଓ ଅନୁଷ୍ଠାନିକ ଓ ସୁରକ୍ଷିତ ପ୍ରସବ ନିମନ୍ତେ ପ୍ରସବ ବେଦନା ହେବାକ୍ଷଣି ଆମ୍ଭୁଲାନ୍ସ ମାଧ୍ୟମରେ ସ୍ଥାନୀୟ କଟ୍ରିଙ୍ଗିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଉଛି।

ଏହି ସବୁ ଶେବା ସହ ସାରିଣି ଅନୁସାରେ ଉନ୍ନତ ମାନର ଖାଦ୍ୟ ଯୋଗାଇବା ନିମନ୍ତେ ମା ଗୃହ ପରିସରରେ ବିଭିନ୍ନ ପନିପରିବା ଚାଷ ସହ କ୍ଷୀର ପାଇଁ ଗାଈ ଓ ମାଂସ ଓ ଅଣ୍ଡା ପାଇଁ କୁକୁଡ଼ା ମଧ୍ୟ୍ୟ ପାଳନ କରାଯାଇଛି ଓ ୨୦୨୦ ମସିହା ମଇ ମାସରେ ପ୍ରତିଷ୍ଠା ହୋଇଥିବା ଏହି ମା ଗୃହରେ ଆଜି ପର୍ୟ୍ୟନ୍ତ ୧୨୬୧ ଜଣ ଗର୍ଭବତୀ ଉପସ୍ଥାନ ନେଇଥିବା ବେଳେ କେବଳ ମାର୍ଚ୍ଚ ମାସରେ ୪୪ ଜଣ ପଞ୍ଜିକୃତ ହୋଇଛନ୍ତି ଏବଂ ଏହା ଅନୁଷ୍ଠାନର ଅଧକ୍ଷ ପ୍ରଶାନ୍ତ ଶତପଥୀ ଓ ଅନ୍ୟକର୍ମୀ ମାନଙ୍କର ନିୟମିତ ତତ୍ୱାବଧାନରେ ହୋଇପାରିଛି ବୋଲି କହିଛନ୍ତି ଓ ଅନ୍ୟପଟେ ଅନୁଷ୍ଠାନର ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯିବା ସହ ଏଥିରେ ଉପକୃତ ହୋଇଥିବା ପରିବାର ସଦସ୍ୟ ମାନେ ଅନୁଷ୍ଠାନକୁ ସାଧୁବାଦ ଜଣାଇଛନ୍ତି।

Comments are closed.