www.samajalive.in
Monday, December 15, 2025
15.1 C
Bhubaneswar

ଅବସର ପରେ ଗାଁକୁ ଫେରିଲେ ଯବାନ, ବାଜା ବାଦ୍ୟ ସହ ଶୋଭାଯାତ୍ରାରେ ବିପୁଳ ସମ୍ବର୍ଦ୍ଧନା ଦେଲେ ଗ୍ରାମବାସୀ

ଫୁଲବାଣୀ : ଦୀର୍ଘ ୨୪ ବର୍ଷ ଧରି ଦେଶ ମାତୃକାର ସେବା କରି ଶେଷରେ ଚାକିରୀରୁ ଅବସର ନେଇ ନିଜ ଜନ୍ମ ମାଟିକୁ ଫେରିଛନ୍ତି ଜଣେ ଯବାନ। ଜନ୍ମ ମାଟିରେ ଯବାନ ଜଣକୁ ଗ୍ରାମବାସୀଙ୍କ ତରଫରୁ ବିପୁଳ ସମ୍ବର୍ଦ୍ଧନା ଦିଆ ଯାଇ ଥିବା ବେଳେ ବାଜା ବାଦ୍ୟରେ କମ୍ପି ଉଠିଛି ଗାଁ। ୨୪ ବର୍ଷ ଚାକିରୀରୁ ଅବସର ନେଇ ନିଜ ଗାଁକୁ ଫେରିଛନ୍ତି ଯବାନ। ମାଟି ମା’ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଭାରତ ମାଟିର ସିମାରେ ହେଉ ବା ଦେଶର ଆଭ୍ୟନ୍ତରୀଣ ଆଇନ ଶୃଙ୍ଖଳା ପରିସ୍ଥିତିରେ ହେଉ କିମ୍ବା ଦେଶର ପ୍ରାକୃତିକ ଦୁର୍ବିପାକରେ ହେଉ ସବୁ ପରିସ୍ଥିତିକୁ ସାମନା କରି ଦେଶମାତୃକାକୁ ସୁରକ୍ଷା ପରେ ସୁରକ୍ଷିତ ଭାବରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି ଯବାନ ଜଣକ। ଯବାନ ଜଣକ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ ର ଶୁଣ୍ଢୀଗାଁର ଲମ୍ବୋଦର କହଁର। ୨୪ ବର୍ଷ ତଳେ ଦେଶମାତୃକାର ସେବା ପାଇଁ ଆର୍ମିରେ ଯୋଗ ଦେଇଥିଲେ ଲମ୍ବୋଦର।

ରବିବାର ଦିନ ନିଜ ପଞ୍ଚାୟତ ଭୂଙ୍ଗିଯୋଡି ଛକ ଠାରେ ଯବାନ ଜଣକ ପହଞ୍ଚିଲା ପରେ ଭୃଙ୍ଗୀଯୋଡି ଛକଠାରୁ ତାଙ୍କୁ ସ୍ୱାଗତ କରି ଅଞ୍ଚଳ ବାସୀ ନାଚ ଗୀତ ବାଜା ମହୁରୀ ବାଦ୍ୟ ରେ ଶୋଭାଯାତ୍ରା କରି ନିଜ ଘର କୁ ନେଇ ଆସିଥିଲେ। ପିଲାଟି ଦିନରୁ ଦେଶ ରକ୍ଷା କରିବା ର ଆଗ୍ରହ ଥିବାରୁ ସେ ବହୁତ ଖୁସିରେ ଦେଶମାତୃକାର ସୁରକ୍ଷା ଓ ସେବା ଦାୟିତ୍ଵ ୨୪ ବର୍ଷ ସମାପ୍ତ କରି ନିଜ ମାଟି କୁ ଫେରିଛନ୍ତି। ଏହି ସ୍ବାଗତ ଉତ୍ସବ ରେଅବସରପ୍ରାପ୍ତ ଯବାନ ତିର୍ଥବାସୀ କହଁରଙ୍କ ସହ ଯବାନ ଙ୍କ ପରିବାର ବର୍ଗ ସାଙ୍ଗ ସାଥି ଓ ଅଞ୍ଚଳ ବାସୀଙ୍କ ତରଫରୁ ଭୃଙ୍ଗିଯୋଡି ଛକ ଠାରୁ ସ୍ବାଗତ ସମ୍ବର୍ଦ୍ଧନା କରି ତାଙ୍କ ବାସ ଭବନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ନିଆଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories