www.samajalive.in
Sunday, December 14, 2025
23.1 C
Bhubaneswar

ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା, ୨ ପୁଲିସ କର୍ମଚାରୀ ନିଲମ୍ବିତ

ଆଠଗଡ଼: ଆଠଗଡ ଥାନା ପରିସରରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଦୁଇଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଥିବା ଜଣାପଡିଛି। ଡିସିଓ ଦାଇତ୍ୱରେ ଥିବା ସହକାରୀ ଉପନିରୀକ୍ଷକ ରଞ୍ଜନ କୁମାର ସାହୁ ଏବଂ ରାତ୍ରି ଜଗୁଆଳି ଦାୟିତ୍ବରେ ଥିବା କନେଷ୍ଟବଳ କ୍ଷୀରୋଦ ବେହେରାଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ କଟକ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡା ନିଲମ୍ବିତ କରିଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ ଆଠଗଡ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତର ଅମୃତମଣୋହିପାଟଣା ଗ୍ରାମରେ ଅଗଷ୍ଟ ୯ ତାରିଖରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ ଭଳି ଅଭାବନୀୟ ଘଟଣା ଘଟିଥିଲା। ଉଭୟ ଗୋଷ୍ଠୀ ପକ୍ଷରୁ ଆଠଗଡ ଥାନାରେ ଦୁଇ ଟି ପୃଥକ ପୃଥକ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଉଭୟ ପକ୍ଷରୁ ପୂର୍ବରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଶୁକ୍ରବାର ଉକ୍ତ ଘଟଣାରେ ଅମୃତମଣୋହିପାଟଣାରୁ ବିରଞ୍ଚି ନାରାୟଣ ମନ୍ତ୍ରୀକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରିଥିଲେ। ଶନିବାର ବିରଞ୍ଚିକୁ କୋର୍ଟ ଚାଲାଣ କରିଥାନ୍ତେ। ମାତ୍ର ଶନିବାର ଭୋର ସମୟରେ ଶୌଚ ହେବାକୁ ଯିବା ସମୟରେ ସେ କୌଶଳକ୍ରମେ ଥାନାରୁ ଚମ୍ପଟ ମାରିଥିଲା। ବିରଞ୍ଚିକୁ ଧରିବା ପାଇଁ ପୁଲିସ ପକ୍ଷରୁ ତିନୋଟି ଟିମ କରାଯାଇ ତଲାସୀ ଜାରି ରହିଥିଲା। ଶନିବାର ସନ୍ଧ୍ୟାରେ ଆଠଗଡ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଓ କଟକ ଗ୍ରାମାଞ୍ଚଳର ଅତିରିକ୍ତ ଏସପି ଦେବଦତ୍ତ ବରାଳ ଆଠଗଡ ଥାନାରେ ସମୀକ୍ଷା କରିଥିଲେ। ଗତକାଲି ତନାଘନା ବେଳେ ବିରଞ୍ଚିକୁ ଫେରାର କରିବାରେ ସହଯୋଗ କରିଥିବା ଅମୃତମଣୋହିପାଟଣାରେ ସତ୍ୟବାଦୀ ପ୍ରଧାନ ଓରଫ୍ ବାପିକୁ ପୁଲିସ ଧରିଆଣି ପଚରାଉଚୁରା କରିବା ପରେ ରବିବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories