www.samajalive.in
Sunday, December 14, 2025
19.1 C
Bhubaneswar

ସେବା ସପ୍ତାହ ଅବସରରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନ କାର୍ଯ୍ୟକ୍ରମ

ଫୁଲବାଣୀ:ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ପୂଣ୍ୟତିଥି ଅବସରରେ ଦୈନିକ ଖବର କାଗଜ ‘ସମାଜ’ ପକ୍ଷରୁ ପାଳନ ହେଉଥିବା ସେବା ସପ୍ତାହ ଅବସରରେ ଗୁରୁବାର କନ୍ଧମାଳ ଜିଲା ଟିକାବାଲି ସ୍ଥିତ ମା’ ଗୃହ ପରିସରରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କନ୍ଧମାଳ ଜିଲା ପ୍ରତିନିଧି ଅଶୋକ କୁମାର ମହାନ୍ତି ଏବଂ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀର ସଂପାଦକ ହରିଶଙ୍କର ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ ବିନ୍ଦୁମା କହଁର, ମାମିନା କହଁର, ରାମେଶ୍ୱରୀ ଦିଗାଲ ପ୍ରମୁଖଙ୍କ ସମେତ କାର୍ଯ୍ୟକ୍ରମ ସଂଯୋଜକ ଗିରିଶ ଚନ୍ଦ୍ର ସାମଲ, ସ୍ୱଧର୍ମ ରାଉତ, ସମାଜସେବୀ ପ୍ରଭାତୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସ୍ୱାସ୍ଥ୍ୟର ବିିଭିନ୍ନ ଦିଗ ଉପରେ ସଚେତନ କରିବା ସହିତ ଗର୍ଭବତୀ ଓ ପ୍ରସ୍ତୁତିମାନେ ମାଣ୍ଡିଆ ଖାଦ୍ୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

- Advertisement -

ଏହି ଅବସରରେ ଗର୍ଭବତୀ ମହିଳା ଓ ପ୍ରସୂତି ମାନଙ୍କର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣା ଔଷଧ ଓ ପରାମର୍ଶ ସହିତ ଠିକ୍ ସମୟରେ ଖାଦ୍ୟ ଉପରେ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସୁନମେୟା ଦିଗାଲ, ଗୀତାଞ୍ଜଳୀ ବିଶୋୟୀ ,କୁଷ ସାରୁସେଠ୍ ପ୍ରମୁଖ ସହଯୋଗ କରିଥିଲେ। ଆଗାମି ଦିନରେ ଏହି ସେବା ସପ୍ତାହ ଅବସରରେ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେବାକୁ ନିଷ୍ପତି ନିଆଯାଇଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories