www.samajalive.in
Sunday, December 14, 2025
19.1 C
Bhubaneswar

ଶୁକ୍ରବାରଠାରୁ ସାଧାରଣ ପିଜି ପ୍ରବେଶିକା ପରୀକ୍ଷା

କେନ୍ଦୁଝରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତବର୍ଷ ଫେବୃୟାରୀ ୧୩ କେନ୍ଦୁଝର ଗସ୍ତ ଅବସରରେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଧରଣୀଧର ବିଶ୍ୱବିଦ୍ୟାଳୟ ନାମରେ ଘୋଷଣା ସହ ଛାତ୍ରଛାତ୍ରୀଙ୍କୁ ଘୋଷଣାପତ୍ର ମଞ୍ଚ ଉପରେ ପ୍ରଦାନ କରିଥିଲେ। ଘୋଷଣା କରିବାର ଦେଢ଼ ମାସ ପରେ ଅପ୍ରେଲ ୨୬ ତାରିଖରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ କୁଳପତି, କୁଳସଚିବ, ବିତ୍ତ ନିୟନ୍ତ୍ରକ ଅଧିକାରୀ ଓ ପରୀକ୍ଷା ନିୟନ୍ତ୍ରକ ପଦ ମଞ୍ଜୁରୀ ମିଳିଛି । ୨୦୨୩-୨୪ ଶିକ୍ଷାବର୍ଷରୁ ଧରଣୀଧର ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବାକୁ ଥିବା ଉଲ୍ଲେଖ କରି ଏହି ୪ ପଦ ମଞ୍ଜୁର ଲାଭ କରିବା ପରେ କୁଳସଚିବ ଓ ବିତ୍ତ ନିୟନ୍ତ୍ରକ ଅଧିକାରୀ ପଦ ପୂରଣ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ମେ ୧ ତାରିଖରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ସଚିବଙ୍କୁ ଚିଠି ଲେଖି ଓଡିଶା ପ୍ରଶାସନିକ ସେବାର ଯୁଗ୍ମସଚିବ ଲେଭେଲ-୧୪ ମାନ୍ୟତାର ଜଣେ ଅଧିକାରୀଙ୍କୁ ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ପ୍ରଥମ କୁଳସଚିବ ଭାବେ ନିଯୁକ୍ତି କରିବାକୁ କୁହାଯାଇଛି । ସେହିଭଳି ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ପ୍ରଥମ ବିତ୍ତ ନିୟନ୍ତ୍ରକ ଅଧିକାରୀ ଭାବେ ଓଡିଶା ଅର୍ଥ ସେବା ବିଭାଗର ଜଣେ ଯୁଗ୍ମସଚିବ ଲେଭେଲ-୧୪ ମାନ୍ୟତାର ଅଧିକାରୀଙ୍କୁ ନିଯୁକ୍ତି ନିମନ୍ତେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଅତିରିକ୍ତ ସଚିବଙ୍କୁ ଉଚ୍ଚ ଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ବିରେନ୍ଦ୍ର କୋରକୋରା ଚିଠି ଲେଖିଥିଲେ। ଫଳରେ ଖୁବ୍‌‌ ଶୀଘ୍ର ଧରଣୀଧର ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ଖୁସିର ଲହରୀ ଖେଳାଇ ଦେଇଥିଲା। ଇତିମଧ୍ୟରେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅପ୍ରେଲ ୧୯ ତାରିଖ କେନ୍ଦୁଝର ଗସ୍ତରେ ଆସି ସୁଲେଇଖମାରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ପରିସର ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରି ଜୁନ ୧ରୁ ଧରଣୀଧର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକ୍ଷମ ହେବାନେଇ ସୂଚନା ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ନୂତନ ଆଶାର ସଞ୍ଚାର ଖେଳାଇଥିଲା। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁଯାୟୀ ସ୍ନାତ୍ତକୋତ୍ତର ଶିକ୍ଷାଲାଭ ନିମନ୍ତେ ଆସନ୍ତାକାଲି(ଶୁକ୍ରବାର)ଠାରୁ ସାଧାରଣ ପି.ଜି. ପ୍ରବେଶିକା ପରୀକ୍ଷା -୨୦୨୩ ଆରମ୍ଭ ହୋଇ ଜୁଲାଇ ୪ରେ ଶେଷ ହେବା ପରେ ଫଳ ପ୍ରକାଶିତ ହୋଇ ଅଗଷ୍ଟ ୧ରୁ ନବାଗତ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ହେବାକୁ ଯାଉଛି।

ଏଭଳି ସ୍ଥିତିରେ ଧରଣୀଧର ବିଶ୍ୱବିଦ୍ୟାଳୟ ଘୋଷଣାର ୪ମାସ ପରେ ମଧ୍ୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ନେଇ ଗେଜେଟ ନୋଟିଫିକେସନ ନହେବା ଏବଂ ବିଶ୍ୱବିଦ୍ୟାଳୟ ପାଇଁ ମଞ୍ଜୁର କୁଳପତି, କୁଳସଚିବ, ବିତ୍ତ ନିୟନ୍ତ୍ରକ ଅଧିକାରୀ ଓ ପରୀକ୍ଷା ନିୟନ୍ତ୍ରକ ପଦରେ କାହାରିକୁ ନିଯୁକ୍ତି ଦିଆନଯିବା ଚଳିତ ଶିକ୍ଷାବର୍ଷରୁ ଧରଣୀଧର ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ନେଇ ସାଧାରଣରେ ଯେତିକି ଆଶଙ୍କା ପ୍ରକାଶ ପାଇଛି ତାହାଠାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଅଧିକ ଦ୍ୱନ୍ଦରେ ରହିଛନ୍ତି । ୨୦୨୩-୨୪ ଶିକ୍ଷାବର୍ଷରୁ ଧରଣୀଧର ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ହେଲେ ତୁରନ୍ତ ମଞ୍ଜୁରପ୍ରାପ୍ତ ପଦରେ ଅଧିକାରୀ ନିଯୁକ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହୋଇଆସୁଛି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories