www.samajalive.in
Saturday, December 13, 2025
26.1 C
Bhubaneswar

ଜାରାପଙ୍ଗା ଗାଁରେ ପୋଲ ନିର୍ମାଣ ଦାବିରେ ବିଡିଓଙ୍କୁ ଦାବିପତ୍ର

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତ ଜାରାପଙ୍ଗା ଗାଁକୁ ଯାତାୟତ ପାଇଁ ରାସ୍ତାରେ ପୋଲ ନଥିବାରୁ ପୋଲ ନିର୍ମାଣ ପାଇଁ ଜାରାପଙ୍ଗା ଗ୍ରାମବାସୀ ଓ ଫିରିଙ୍ଗିଆ ମଣ୍ଡଳ ବିଜେପି ପକ୍ଷରୁ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତଙ୍କୁ ବ୍ଲକ କାର୍ଯ୍ୟାଳୟରେ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇ ରାସ୍ତା ଘାଟ ନ ଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ରବିଙ୍ଗିଆ ଦେଇ ଏହି ଗାଁକୁ ଗଲେ ପ୍ରାୟ ୩ କିଲୋମିଟର ଦୂର ହେଉ ଥିବା ବେଳେ କଟା ପଙ୍ଗାରୁ ଜାରା ପଙ୍ଗା ଗଲେ ମାତ୍ର ୪୦୦ ରୁ ୫୦୦ ମିଟର ହେଉଛି। ରାସ୍ତା ମଝିରେ ନାଳ ଥିବାରୁ ଏହି ଜାଗାରେ ପୋଲ ନିର୍ମାଣ କରିବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି। ହେଲେ କୌଣସି କାର୍ଯ୍ୟ ହୋଇପାରୁ ନ ଥିବାରୁ ପୁଣି ଥରେ ଆଜି ଜାରା ପଙ୍ଗା ଗ୍ରାମବାସୀ ଓ ଫିରିଙ୍ଗିଆ ମଣ୍ଡଳ ବିଜେପି ପକ୍ଷରୁ ପୋଲ ନିର୍ମାଣ ପାଇଁ ଦିନ ୨ ଟାରେ ଦାବି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜାରାପଙ୍ଗା ଗ୍ରାମବାସୀଙ୍କ ସହ ବିଜେପି ଯୁବ ମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର, ମଣ୍ଡଳ ସଭାପତି ଗୋପୀନାଥ କହଁର ପର୍ଶୁରାମ କହଁର, ରାଜେନ୍ଦ୍ର କହଁର, ସରୋଜ କହଁରଙ୍କ ସହ ଅନ୍ୟମାନେ ଯୋଗ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories