QNETIC – Mobile

ଗୋଛାପଡା ପୋଲିସ ଜବତ କଲା ୧୪ କ୍ୟୁଣ୍ଟାଲ ଗଞ୍ଜେଇ

ଫୁଲବାଣୀ: କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳରେ ପୁଲିସର କଡା ସୁରକ୍ଷା ଥାଇ ମଧ୍ୟ୍ୟ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି। ଆଜି ଗୋଛାପଡ଼ା ପୁଲିସ ପକ୍ଷରୁ ୧୪ କ୍ୟୁଣ୍ଟାଲ 40 କିଲୋ ଗଞ୍ଜେଇ କରିଛି। ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଫିରିଙ୍ଗିଆ ବ୍ଲକ କୁଇରମାଣ୍ଡୁ ପଞ୍ଚାୟତ ଅଡାବାଲି ଗାଁ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଚଢ଼ାଉ କରିଥିଲେ। ଘଟଣା ସ୍ଥଳରୁ ୧୪ କ୍ୟୁଣ୍ଟାଲ ୪୦ କିଲୋ ଗଞ୍ଜେଇ ଗୋଛାପଡ଼ା ପୁଲିସ ଜବତ କରିଥିଲା। ତେବେ ଏହି ଘଟଣାରେ ପୁଲିସ କାହାରିକୁ ଗିରଫ କରିନାହିଁ। ଗୋଛାପଡା ଥାନାରେ ୬୪/୨୦୨୩ରେ ଏକ ମାମଲା ରୁଜୁ କରାଯାଇଛି ଓ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି।

Comments are closed.