www.samajalive.in
Sunday, December 14, 2025
19.1 C
Bhubaneswar

ଶହିଦନଗର ପରିଦର୍ଶନ କଲେ ଭୁବନେଶ୍ୱର ସାଂସଦ, ଶୁଣିଲେ ବରିଷ୍ଠ ନାଗରିକଙ୍କ ସମସ୍ୟା

ଭୁବନେଶ୍ବର: ଆଜି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଚାନକ ସ୍ମାର୍ଟ ସିଟିର ଶହୀଦନଗର ଅଞ୍ଚଳ ପରିଦର୍ଶନରେ ଆସିଥିଲେ। ଏହି ଅବସରରେ ଶହୀଦ ନଗରର କିଛି ବରିଷ୍ଠ ନାଗରିକ ସେମାନଙ୍କ ସମସ୍ୟା ସମ୍ପର୍କରେ ସାଂସଦଙ୍କୁ ଅବଗତ କରାଇଥିଲେ।

ମହର୍ଷି କଲେଜ ରୋଡ ୱେଲଫେୟାର କମିଟିର ସଭାପତି ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଏବଂ ଅନ୍ୟାନ୍ୟ ବରିଷ୍ଠ ସଦସ୍ୟ ସାଂସଦ ଅପରାଜିତା ଷଡ଼ଙ୍ଗିଙ୍କୁ ସ୍ୱାଗତ କରିଥିଲେ ଏବଂ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସ୍ଥାନୀୟ ମହର୍ଷି କଲେଜ ମୁଖ୍ୟ ରାସ୍ତାର ଦୋହରୀ କରଣ ନିମନ୍ତେ ଆବଶ୍ୟକୀୟ ୨୦ ଫୁଟ୍ ଜାଗା ଅଧିଗ୍ରହଣ, ସେହି ୨୦ ଫୁଟ୍ ମଧ୍ୟରୁ ରାସ୍ତାର ଉଭୟ ପାଶ୍ୱର୍ରୁ ଯଥାକ୍ରମେ ୧୨ ଫୁଟ ଏବଂ ୮ ଫୁଟ୍ ଅଧିଗ୍ରହଣ ପାଇଁ ପଦକ୍ଷେପ ନେବାକୁ ସାଂସଦଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା। ବହୁ ଦିନ ପୂର୍ବରୁ ଉକ୍ତ ରାସ୍ତାର ଦୋହରୀ କରଣ ନିମନ୍ତେ ଆବଶ୍ୟକୀୟ ୨୦ ଫୁଟ୍ ଜାଗା ରାସ୍ତାର ଅପରପାର୍ଶ୍ବରେ ଥିବା ବିଭିନ୍ନ ଜାଗା ଚିହ୍ନଟ ମଧ୍ୟ କରାଯାଇଥିଲା।

- Advertisement -

ରାସ୍ତାର ଅପରପାଶ୍ୱର୍ରେ ଥିବା ବହୁ ପୁରାତନ ଘରୋଇ ଆବାସ ଯାହାକି ରାଜ୍ୟସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଆବଣ୍ଟନ କରାଯାଇଛି। ଏବେ ସରକାରଙ୍କ ଆଦେଶ ଅନୁଯାୟୀ ଲକ୍ଷ ଲକ୍ଷ ଟଙ୍କା ଜମା କରି ଫ୍ରି ହୋଲ୍ଡ କରାଯାଇଛି। ଏହି ପାର୍ଶ୍ବରେ ପ୍ରାୟ ୪୦ ରୁ ଅଧିକ ବ୍ୟତିଗତ ଜାଗାରୁ ୮ ଫୁଟ୍ ଅଧିଗ୍ରହଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଫଳରେ ଏଠାରେ ରହୁଥିବା ବହୁ ବରିଷ୍ଠ ବ୍ୟକ୍ତି ଏହାର ପ୍ରତିବାଦ କରୁଛନ୍ତି। ଉକ୍ତ ସମସ୍ୟା ସମ୍ବନ୍ଧରେ ସ୍ଥାନୀୟ କର୍ପୋରେଟର ରାଜକିଶୋର ଦାସଙ୍କ ସହାୟତାରେ ସ୍ଥାନୀୟ ମେୟର, ବିଏମସି କମିଶନର ଏବଂ ବିଧାୟକଙ୍କୁ କମିଟି ତରଫରୁ ଅବଗତ କରାଯାଇଅଛି।

କମିଟି ସଦସ୍ୟମାନଙ୍କ ସହିତ ଆଲୋଚନା ପରେ ସାଂସଦ ଅପରାଜିତା ରାସ୍ତାର ପରିଦର୍ଶନ କରିଥିଲେ। ଏହି ସମୟରେ କମିଟିର ସଦସ୍ୟଙ୍କ ଅସୁବିଧାର ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ବ୍ୟକ୍ତିଗତଭାବେ ଉକ୍ତ ରାସ୍ତାର ସ୍ଥିତି ପରିଖିଥିଲେ। ଘରୋଇ ବାସୀନ୍ଦାମାନେ କିପରି କ୍ଷତିର ସମ୍ମୁଖୀନ ହେବେ ତାହା ଜାଣିବା ପାଇଁ ରାସ୍ତା ପରିଦର୍ଶନ କରିଥିଲେ। ତାଙ୍କର ପରିଦର୍ଶନ ସମୟରେ କମିଟିର ସଭାପତି ଏବଂ ଅନ୍ୟ ବରିଷ୍ଠ
ସଦସ୍ୟମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଲୋକେ ଉପସ୍ଥିତ ଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories