www.samajalive.in
Monday, December 15, 2025
15.1 C
Bhubaneswar

ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ କନ୍ଧମାଳ ମହାସଂଘର ବୈଠକ, ଆନ୍ଦୋଳନ ପାଇଁ ସଜବାଜ

ଫୁଲବାଣୀ:ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ୍ କର୍ମଚାରୀ ମହାସଂଘ କନ୍ଧମାଳ ଶାଖାର ଏକ ବୈଠକ ସ୍ଥାନୀୟ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ସମ୍ମିଳନୀ କକ୍ଷରେ ଜିଲା ସଭାପତି ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶେଷ କରି ଗତ ଦିନରେ ମହାସଂଘ ପକ୍ଷରୁ ହୋଇଥିବା ଦାବି, ଶୋଭାଯାତ୍ରା, ରାଜ୍ୟ ସରକାରଙ୍କ ପ୍ରତିଶୃତି ଉପରେ ଆଲୋଚନା କରାଯାଇଥିଲା। ତେବେ ଇତି ମଧ୍ୟରେ ୩ ମାସ ବିତିଯାଇଥିଲେ ମଧ୍ୟ ଏ ଦିଗରେ ରାଜ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ନେଉନଥିବା ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୩ ଓ ୧୪ ଦୁଇଦିନ ଧରି ଜିଲାର ସଦର ମହକୁମାରେ ପ୍ରତିବାଦ ସଭା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଛି। ସେହିଭଳି ଜିଲାରେ କାର୍ଯ୍ୟରତ ସମସ୍ତ ଆଉଟସୋର୍ସିଂ କର୍ମଚାରୀମାନେ କଳାବ୍ୟାଚ୍ ପରିଧାନ କରିବାକୁ ନିଷ୍ପତ୍ତି ନେବା ସହିତ ଆସନ୍ତା ୧୯ ତାରିଖରେ ଭୁବନେଶ୍ୱରର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗନେବା ସହିତ ଆସନ୍ତା ୨୫ ତାରିଖରୁ ଅନିର୍ଦ୍ଧଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା, ବିକ୍ଷୋଭ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଚାଲ କାର୍ଯ୍ରକ୍ରମ ପାଇଁ ନିଷ୍ପତ୍ତି ନିଆଯାଇଛି।

- Advertisement -

ଜିଲା ସ୍ତରୀୟ ବୈଠକରେ ବକ୍ତାମାନେ କର୍ମଚାରୀ ନେତା ବଜ୍ର କିଶୋର ପଟନାୟକ , ପଦ୍ମ ଚରଣ ମହାନ୍ତି ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଶାଖାର କାର୍ଯ୍ୟକାରି ସଭାନେତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା, ଜିଲା ସଂପାଦକ ଜିତେନ୍ଦ୍ର ମାର୍ଥା, ଉପସଭାପତି ସତ୍ୟ ନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ଲଳିତ ଜେନା, ପ୍ରଦୀପ କୁମାର ପ୍ରଧାନ ଓ ସାଙ୍ଗଠନିକ ସଂପଦାକ ସୁଶାନ୍ତ କହଁର, ବସନ୍ତ ପ୍ରଧାନ, ସୂର୍ଯ୍ୟ ନାରାୟଣ ସାହୁ, ପ୍ରକାଶ ଚନ୍ଦ୍ର ବେହେରା, ଅଶୋକ ପଟନାୟକ, କାର୍ତ୍ତିକ ସାହାଣୀଙ୍କ ସମେତ ପ୍ରତ୍ୟେକ ବ୍ଳକର ସାଙ୍ଗଠନିକ ସଂପାଦକ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ସମଗ୍ର ଜିଲାରେ କାର୍ଯ୍ୟରତ ଶତାଧିକ ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ୍ କର୍ମଚାରୀ ମହାସଂଘ କନ୍ଧମାଳ ଶାଖାର କର୍ମଚାରୀ ମାନେ ଯୋଗଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories