www.samajalive.in
Sunday, December 14, 2025
19.1 C
Bhubaneswar

ଜଳକ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଣ, ଅଭିଯୋଗର ତୁରନ୍ତ ସମାଧାନ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଖରା ଦିନିଆ ଜଳ ସମସ୍ୟା ସମାଧାନ ନିମନ୍ତେ ସରକାରଙ୍କ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଥିଲା। ଉଭୟ ଗ୍ରାମ୍ୟ ଓ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସୁଗମ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଞ୍ଚଳରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନଳକୂପ ମରାମତି କରିବା, ମରାମତି ଯନ୍ତ୍ର କ୍ରୟ ନିମନ୍ତେ କମିଟି ଗଠନ, ଜଳ ଯୋଗାଣ ଉତ୍ସ ଯାଂଚ, ଭ୍ରାମ୍ୟମାଣ ଟିମ୍ ମାଧ୍ୟମରେ ଜଳ ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଏବଂ ଜଳକ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ସମସ୍ତ ସ୍କୁଲ ଓ ଅଙ୍ଗନାବାଡ଼ି କେନ୍ଦ୍ରରେ ଜଳ ଯୋଗାଣକୁ ସୁନିଶ୍ଚିତ କରିବା, ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା, ସକାଳ ୮ ଘଟିକା ଠାରୁ ସଂଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା, ପାନୀୟ ଜଳ ସଂକ୍ରାନ୍ତୀୟ ସମସ୍ତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

- Advertisement -

ସେହିଭଳି ସହରାଞ୍ଚଳରେ ମଧ୍ୟ ଖରାଦିନିଆ ପାନୀୟ ଜଳଯୋଗଣକୁ ସୁନିଶ୍ଚିତ କରିବା ପାଇଁ ପକ୍ରିୟା ଆରମ୍ଭ ହୋଇଛି। ସମସ୍ତ ୧୧୫ଟି ସହରାଞ୍ଚଳରେ ପାନୀୟଜଳ ବ୍ୟବସ୍ଥକୁ ସୁଦୃଢ଼ କରାଯିବ । ଜଳକ୍ଲିଷ୍ଟ ଅଞ୍ଚଳରେ ପ୍ରାୟ ୩ ହଜାର ପିଭିସି ଟ୍ୟାଙ୍କ ବସାଯାଇ ୨୨୫ ଟି ଟ୍ୟାଙ୍କର ମାଧ୍ୟମରେ ନିୟମିତ ଭାବେ ଜଳ ଯୋଗାଣ କରାଯିବା ସଂପର୍କରେ ଗୃହ ଓ ନଗର ବିଭାଗ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥାଇଲା। ସହରାଞ୍ଚଳରେ ନିୟୋଜିତ ୭୫୬ ଜଣ ଜଳସାଥିଙ୍କ ମାଧ୍ୟମରେ ପାନୀୟଜଳ ସଂପର୍କିତ ବିଭିନ୍ନ ଅଭିଯୋଗ ଗ୍ରହଣ ଏବଂ ୨୪ ଘଂଟିଆ ନିୟନ୍ତଣ କକ୍ଷ ବିଭାଗ ପକ୍ଷରୁ ଖୋଲାଯିବ। ଦୈନିକ ପ୍ରାୟ ଦେଢ଼ ଲକ୍ଷ ଘରକୁ ୯୭ ଲକ୍ଷ ମିଲିୟନ ଲିଟର ଜଳ ଯୋଗାଣ କରାଯିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀ ଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ୍, ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ସଚିବ ସୁଶିଲ୍ କୁମାର ଲୋହାନୀ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥନନ୍ ଏବଂ ବିଭାଗୀୟ ନିର୍ଦ୍ଦେଶ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories